Categories: ଜାତୀୟ

ହର୍ନ ମାରିଲେ ଗଣିବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ,୨୫ା୧୨- ଏଣିକି ହର୍ନ ମାରିଲେ ମଧ୍ୟ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ତେବେ ଏହି ନିୟମ ପୂରା ଦେଶରେ ଲାଗୁ ହୋଇ ନାହିଁ। ଦିଲ୍ଲୀରେ ପରୀକ୍ଷାମୂଳକ ଭାବେ ଏହି ନିୟମ ଲାଗୁ ହୋଇଛି। ଦେଶର ରାଜଧାନୀରେ ଧ୍ୱନୀ ପ୍ରଦୂଷଣ ହ୍ରାସ କରିବା ପାଇଁ ଦିଲ୍ଲୀ ପୋଲିସ ପ୍ରଥମ ଥର ଲାଗି ସାଉଣ୍ଡ ଲିଭେଲ ମିଟର ଯନ୍ତ୍ରର ବ୍ୟବହାର କରିଛି । ଏହି ଯନ୍ତ୍ର ନିକଟରେ ଦିଲ୍ଲୀ ପୋଲିସ ହାତରେ ଲାଗିଛି। ଏହା ଦ୍ୱାରା ହର୍ନର ତିବ୍ରତା ମପା ଯାଇପାରିବ। ଧ୍ୱନୀ ପ୍ରଦୂଷଣ ନିୟମ ଭାଙ୍ଗିଲେ ୧ ଲକ୍ଷ ଟଙ୍କାର ଜରିମାନା କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ। ତେବେ ଏ ପର୍ଯ୍ୟନ୍ତ କାହାରି ଚାଲାଣ କଟାଯାଇ ନାହିଁ। ଏହି ନିୟମ ଉପରେ କୋର୍ଟଙ୍କ ଶୁଣାଣି ମଧ୍ୟ ବାକି ଅଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଧ୍ୱନୀ ପ୍ରଦୂଷଣ ମାମଲାରେ ଭାରତର ଶୀର୍ଷରେ ଥିବାବେଳେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି।

Share