Categories: ଫୁରସତ

ଯୁବତୀଙ୍କ କ୍ୟାରିୟର ନଷ୍ଟ କରିଦେଲା ଡିଏନ୍‌ଏ ଟେଷ୍ଟ, କାରଣ ଜାଣିଲେ…

ଏପରି କିଛି କଥା ଜୀବନରେ ସାମ୍ନାକୁ ଆସିଥାଏ, ଯାହା ଆମେ କେବେ କଳ୍ପନା ମଧ୍ୟ କରି ନ ଥାଉ। ବିଜ୍ଞାନର ଅଗ୍ରଗତି ଯୋଗୁ ଏତେ ସୁବିଧା ଅଛି ଯେ, ଜଣେ ମଣିଷ କିଛି ସମୟ ମଧ୍ୟରେ ଅନେକ ଲୁକ୍କାୟିତ ଜିନିଷ ସମ୍ପର୍କରେ ଜାଣିପାରିଥାଏ। ଅନ୍ୟ ପଟେ ଏହାର ଲାଭ ସହିତ ଅନେକ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ।

ଠିକ୍‌ ଏମିତି ଅସୁବିଧା ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଯୁବତୀ ଜଣକ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟରେ ତାଙ୍‌ କ୍ୟାରିୟର କିପରି ନଷ୍ଟ ହେଲା ସେ କଥା କହିଛନ୍ତି। ଯୁବତୀ ଜଣକଙ୍କ ଚାକିରି ଛାଡ଼ିବାର କାରଣ ଏତେ ଅଦ୍ଭୁତ ଥିଲା ଯେ, ସେ ଏପର୍ଯ୍ୟନ୍ତ ଏହାକୁ ହଜମ କରିପାରୁନାହାନ୍ତି। ଯୁବତୀଙ୍କ ବାପା ଏକ ଡିଏନ୍‌ଏ କିଟ୍‌ ଆଣି ସମସ୍ତଙ୍କୁ ଉପହାର ଦେଇଥିଲେ, କିନ୍ତୁ ସେ ଜାଣି ନ ଥିଲେ ଯେ; ଘରେ ଏକ ବଡ଼ ଅସୁବିଧା ସୃଷ୍ଟି ହେବ।

ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ତାଙ୍କ ପିତା ଡିଏନ୍‌ଏ କିଟ ଉପହାର ଦେଇଥିଲେ ସମସ୍ତେ ପରୀକ୍ଷା କରିଥିଲେ। ଯେତେବେଳେ ଏହି ଯୁବତୀ ଜଣକ ପରୀକ୍ଷା ଫଳାଫଳରେ ତାଙ୍କ ଜିନ୍‌ ସମ୍ପର୍କୀୟମାନଙ୍କରେ ତାଙ୍କ ମାଲିକଙ୍କ ନାମ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ତାଙ୍କ କମ୍ପାନୀର ସିଇଓଙ୍କ ନାମ ଏଥିରେ ଅଛି, ଯିଏ ତାଙ୍କ ଭାଇ ବୋଲି ଜଣାପଡ଼ିଛି। ତାଙ୍କ ପିତା ପ୍ରାୟ ୧୦ ବର୍ଷ ଟେକ୍ସାସରେ ଥିଲେ, ଏହା ପରେ ସେ ତାଙ୍କ ମା’ଙ୍କୁ ବିବାହ କରିଥିଲେ। ତାଙ୍କ ମାଲିକ ମଧ୍ୟ ଟେକ୍ସାସରେ ଜନ୍ମଗ୍ରହଣ କରିଥିଲେ। ଏପରି ପରିସ୍ଥିତିରେ ମାଲିକ ପିତାଙ୍କ ଗୁପ୍ତ ପ୍ରେମ ସନ୍ତାନ ଥିଲେ। ଯାହା ବିଷୟରେ ସେ ବୋଧହୁଏ ଜାଣି ନ ଥିଲେ।

ବର୍ତ୍ତମାନ ଯଦିଓ ଏହି ଭୁଲ୍‌ଟି ଯୁବତୀଙ୍କ ପିତାଙ୍କର ଥିଲା, କିନ୍ତୁ ଏହି କାରଣରୁ ତାଙ୍କୁ ଭଲ ଚାକିରି ହରାଇବାକୁ ପଡ଼ିଲା। ସେ ସାଧାରଣ ଢଙ୍ଗରେ ଅଫିସକୁ ଯାଉଥିଲେ, କିନ୍ତୁ ସେଠାରେ ହଠାତ୍‌ ତାଙ୍କୁ ଏପରି ତାଲିମ ପାଇଁ ଡକାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, କୌଣସି ପ୍ରକାରେ ପରସ୍ପରର ପରିବାର ସମ୍ପର୍କୀୟଙ୍କୁ ନିୟୋଜିତ କରାଯାଇପାରିବ ନାହିଁ। ଯୁବତୀଙ୍କୁ ଜାଣିବାକୁ ଅଧିକ ସମୟ ଲାଗିଲା ନାହିଁ ଯେ, ତାଙ୍କ ମାଲିକ ତାଙ୍କ ସାବତ ଭଉଣୀ ବିଷୟରେ ମଧ୍ୟ ଜାଣିଛନ୍ତି ଏବଂ ତାଙ୍କୁ କୌଣସି ପ୍ରକାରେ ଚାକିରିରୁ ବାହାର କରିବାକୁ ଚାହୁଁଛନ୍ତି। ଅନେକ ଉତ୍‌ଥାନ ଓ ପତ୍ତନ ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା।

Share