ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ ଦେଶର ନାଗରିକ ତାହା ଏବେ ବି ରହସ୍ୟ ଘେରରେ। ଏହା ସ୍ପଷ୍ଟ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକମାନେ ଉଦ୍ୟମ ଆରମ୍ଭ କରିଛନ୍ତି। କଲମ୍ବସ୍‌ଙ୍କ ଅସ୍ଥି ନମୁନାରୁ ଡିଏନ୍‌ଏ ଟେଷ୍ଟ କରାଯିବା ପରେ ବାସ୍ତବ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି। ସମୁଦ୍ର ପଥ ଅନୁସନ୍ଧାନକାରୀ ଖ୍ରୀଷ୍ଟୋଫର କଲମ୍ବସ୍‌ ପ୍ରକୃତରେ ଇଟାଲୀର ଜେନୋଆରୁ ଆସିଥିଲେ ନା ସେ ସ୍ପେନ ବାସିନ୍ଦା ଥିଲେ, ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏପରିକି ସେ ପର୍ତ୍ତୁଗୀଜ, କ୍ରୋଏସିଆ କିମ୍ବା ପୋଲାଣ୍ଡର ନାଗରିକ ବୋଲି ମଧ୍ୟ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଏହାର ଠିକ୍‌ ଉତ୍ତର ପାଇବା ପାଇଁ ଅନୁସନ୍ଧାନ ଆରମ୍ଭ କରିଛନ୍ତି ଅନ୍ତର୍ଜାତୀୟ ବୈଜ୍ଞାନିକ। ତାଙ୍କ ଦେହାବଶେଷରୁ ଡିଏନ୍‌ଏ ଟେଷ୍ଟ କରାଯିବା ପ୍ରକ୍ରିୟା ସହ ତାଙ୍କ ପ୍ରକୃତ ଭୌଗୋଳିକ ଉତ୍ପତ୍ତି ଚିହ୍ନଟ ପାଇଁ ବୁଧବାରଠାରୁ ଗବେଷଣା ଆରମ୍ଭ କରାଯାଇଛି। ଆଉ ୫ ମାସ ପରେ ଅର୍ଥାତ ଅକ୍ଟୋବରରେ ଏହାର ଉତ୍ତର ସାମ୍‌ନାକୁ ଆସିବ।
ପଞ୍ଚଦଶ ଶତାବ୍ଦୀର ଏହି ସମୁଦ୍ର ଯାତ୍ରୀଙ୍କ ଜୀବନ କାହାଣୀ ବିଷୟରେ ଖୁବ୍‌ କମ ଜଣାଅଛି। ୫୧୫ ବର୍ଷ ପୂର୍ବେ କଲମ୍ବସ୍‌ଙ୍କ ମୃତ୍ୟୁ ହୋଇସାରିଛି। ସେଭିଲର କ୍ୟାଥେଡ୍ରଲରେ କବରରେ ଥିବା ଅସ୍ଥିଗୁଡ଼ିକ କଲମ୍ବସ୍‌ଙ୍କର ବୋଲି ୨୦୦୩ରେ ହୋଇଥିବା ଡିଏନ୍‌ଏ ଟେଷ୍ଟରୁ ଜଣାପଡ଼ିଥିଲା। ଏହି ଆବିଷ୍କାର ପରେ ଗବେଷଣାର ନେତୃତ୍ୱ ନେଇଥିବା ସ୍ପେନର ୟୁନିଭର୍ସିଟି ଅଫ୍‌ ଗ୍ରାନାଡା ତଦନ୍ତକୁ ଆଗକୁ ନ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିଲା। ସେତେବେଳେ ଡିଏନ୍‌ଏ ଟେକ୍ନୋଲୋଜି ଶତପ୍ରତିଶତ ଠିକ୍‌ କିମ୍ବା ସମ୍ପୂର୍ଣ୍ଣ ଭରସା ଯୋଗ୍ୟ ନ ଥିବାରୁ ଅନୁସନ୍ଧାନ ଅଟକା ଯାଇଥିବା ୟୁନିଭର୍ସିଟି ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ଅଧିକ ମାତ୍ରାରେ ଜେନେଟିକ୍‌ ପଦାର୍ଥର ଆବଶ୍ୟକ ଥିବା ରିସର୍ଚ୍ଚ ଟିମ୍‌ କହିଥିଲା। ତେବେ ସାମ୍ପ୍ରତିକ ଡିଏନ୍‌ଏ ପରୀକ୍ଷଣର ସଫଳତା ପରେ ଜିନ୍‌ ଜିଓଗ୍ରାଫି ଦ୍ୱାରା ଏହି ୟୁରୋପୀୟ ବ୍ୟକ୍ତିଙ୍କ ପ୍ରକୃତ ଠିକଣା ଜଣାପଡ଼ିବ ବୋଲି ଆଶା କରାଯାଉଛି। କଲମ୍ବସ୍‌ଙ୍କ ସମେତ ତାଙ୍କ ପୁଅ ହର୍ନାଣ୍ଡୋ ଏବଂ ଭାଇ ଡିଏଗୋଙ୍କ ଅସ୍ଥିରୁ ଡିଏନ୍‌ଏ ପରୀକ୍ଷା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ୟୁନିଭର୍ସିଟିର ପ୍ରଫେସର ଜୋସ୍‌ ଆଣ୍ଟୋନିଓ ଲରେଣ୍ଟ କହିଛନ୍ତି। ସେମାନଙ୍କ ହାଡ଼ ନମୁନାକୁ ଇଟାଲୀର ରୋମ ଏବଂ ଫ୍ଲୋରେନ୍ସର ଜେନେଟିକ୍‌ ଆଇଡେଣ୍ଟିଫିକେଶନ୍‌ ଲାବରେଟୋରିକୁ ପଠାଯାଇଛି। ୧୪୯୨ରୁ ୧୫୦୪ ମଧ୍ୟରେ ଆଟ୍‌ଲାଣ୍ଟିକ୍‌ ମହାସାଗରରେ ସେ ୪ ଥର ଯାତ୍ରା କରି ଆମେରିକାରେ ୟୁରୋପର ଉପନିବେଶକରଣ ପାଇଁ ବାଟ ଫିଟାଇଥିଲେ। ୨୦ ମେ ୧୫୦୬ରେ କଲମ୍ବସ୍‌ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମରଶରୀରକୁ ସ୍ପେନର ସହର ଭାଲ୍ଲାଡଏଡ୍‌ଠାରେ କବର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

ଖୁବ୍‌ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ

ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍‌ଲା ତଥା ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri