ଅଛନ୍ତି ଏଲିୟନ୍‌! ମିଳିଲା ସଙ୍କେତ

ଲଣ୍ଡନ, ୨୦।୪: ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍‌ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍‌ ଜୀବନର ସମ୍ଭାବ୍ୟ ସଙ୍କେତକୁ ଚିହ୍ନଟ କରାଯାଇଛି। ଆମେରିକୀୟ ମହାକାଶ ସଂସ୍ଥା (ନାସା)ର ଜେମସ୍‌ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପର ବ୍ୟବହାର କରି ଏହି ଟିମ୍‌ର ବୈଜ୍ଞାନିକମାନେ ସୌରଜଗତ ବାହାରେ ଏଲିୟନଙ୍କ ସମ୍ଭାବ୍ୟ ଜୀବନ ଚିହ୍ନଟ ନେଇ ସବୁଠୁ ଶକ୍ତିଶାଳୀ ସଙ୍କେତ ପାଇଛନ୍ତି। ପୃଥିବୀଠାରୁ ୧୨୦ ଆଲୋକବର୍ଷ ଦୂରରେ ଅବସ୍ଥିତ କେ୨-୧୮ବି ଗ୍ରହର ବାୟୁମଣ୍ଡଳରେ ମଧୁସୂଦନ ଓ ତାଙ୍କ ଟିମ୍‌ ଏକ ଆକର୍ଷଣୀୟ ରାସାୟନିକ ସଙ୍କେତକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ମୁଖ୍ୟତଃ ଡାଇମିଥାଇଲ ସଲ୍‌ଫାଇଡ(ଡିଏମ୍‌ଏସ୍‌) ଏବଂ ଡାଇମିଥାଇଲ ଡାଇ ସଲ୍‌ଫାଇଡ (ଡିଏମ୍‌ଡିଏସ୍‌) ରହିଛି। ପୃଥିବୀରେ ଏହି ଗ୍ୟାସ୍‌ଗୁଡ଼ିକ ମୁଖ୍ୟତଃ ସାମୁଦ୍ରିକ ଶୈବାଳ ଦ୍ୱାରା ଉତ୍ପାଦିତ ହୋଇଥାଏ। ମଧୁସୂଦନ କହିଛନ୍ତି, କେ୨-୧୮ବି ଗ୍ରହର ବାୟୁମଣ୍ଡଳରେ ପ୍ରଚୁର ଉଦ୍‌ଯାନ ଥିବାବେଳେ ଏହାତଳେ ସମ୍ଭବତଃ ସମୁଦ୍ର ରହିଛି। ଏହି ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉକ୍ତ ଗ୍ରହରେ ବାହ୍ୟ ଜୀବ ସନ୍ଧାନର ସମ୍ଭାବନାକୁ ସୃଷ୍ଟି କରିଛି। ପ୍ରକାଶ ଯେ, ମଧୁସୂଦନ ବାରାଣସୀସ୍ଥିତ ବନାରସ ହିନ୍ଦୁ ୟୁନିଭର୍ସିଟିରୁ ବିଟେକ୍‌ କରିବା ପରେ ବ୍ରିଟେନ୍‌ ଯାଇ ମାସାଚୁସେଟ୍ସ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ରେ ମାଷ୍ଟର ଡିଗ୍ରୀ ଏବଂ ପିଏଚ୍‌ଡି କରିଥିଲେ। ୨୦୧୩ରୁ ସେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ସହ ଜଣେ ଗବେଷକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri