ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର୍ ଷ୍ଟ୍ରେଟ୍ନିଂ କରାଇବାକୁ ଅନେକେ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତା’ଛଡ଼ା କୁଞ୍ଚୁକୁଞ୍ଚତ୍ଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ ହେଉଥିବାରୁ ବି ଅନେକେ ଷ୍ଟ୍ରେଟ୍ନିଂ କରୁଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ବ୍ୟୁଟିପାର୍ଲର ଯାଇ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ହେଲେ ଏଥିପାଇଁ ବ୍ୟବହୃତ କେମିକାଲ କେଶକୁ ହାନି ପହଞ୍ଚାଇଥାଏ। ତେଣୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ କେଶ ଷ୍ଟ୍ରେଟ୍ନିଂ କରିପାରିବେ…
ଆଲୋଭେରା ତ୍ୱଚା ସହ କେଶ ପାଇଁ ମଧ୍ୟ ବହୁ ଉପକାରୀ ହୋଇଥାଏ। ଅଧା କପ୍ ଆଲୋଭେରା ସହ ଅଧା କପ୍ ନଡ଼ିଆ ତେଲ ସହ ମିଶାଇ କେଶରେ ଲଗାନ୍ତୁ। ଏକ ଘଣ୍ଟା ରଖିବା ପରେ ଶାମ୍ପୁ କରିଦିଅନ୍ତୁ।
ଅଧା କପ୍ କ୍ଷୀରରେ ଏକ ଟେବୁଲସ୍ପୁନ୍ ମହୁ ଏବଂ ୪ଟି ଷ୍ଟ୍ରବେରିକୁ ଗ୍ରାଇଣ୍ଡ କରି ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ କେଶରେ ମୂଳରୁ ଆଗ ପର୍ଯ୍ୟନ୍ତ ଲଗାନ୍ତୁ। ଏହାକୁ ଟାଓ୍ବେଲରେ ଭଲଭାବେ କଭର କରିଦିଅନ୍ତୁ। ୨ରୁ ୩ଘଣ୍ଟା ରଖିସାରିବା ପରେ ମାଇଲ୍ଡ ଶାମ୍ପୁରେ ସଫା କରିଦିଅନ୍ତୁ।
କେଶକୁ ଷ୍ଟ୍ରେଟ୍ନିଂ କରିବା ପାଇଁ ଲେମ୍ବୁ ଭଲ କାମ କରିଥାଏ। ଅଧା କପ୍ ନଡ଼ିଆ କ୍ଷୀରରେ ୪-୫ ବୁନ୍ଦା ଲେମ୍ବୁ ଜୁସ୍ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ନଡ଼ିଆ କ୍ଷୀର କେଶ ପାଇଁ କଣ୍ଡିସନର ଭାବେ କାମ କରିଥାଏ। ଏହି ମିଶ୍ରଣକୁ କେଶ ମୂଳରୁ ଆଗ ପର୍ଯ୍ୟନ୍ତ ଲଗାନ୍ତୁ। ଅଧ ଘଣ୍ଟା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ମୁଲତାନୀ ମିଟି ତ୍ୱଚା ସହ କେଶ ପାଇଁ ମଧ୍ୟ ଉପକାରୀ। ମୁଲତାନୀ ମିଟି ପ୍ୟାକ୍ ଲଗାଇ ଧୋଇଲେ କେଶ ସିଧା ରହିଥାଏ।
ପାଚିଲା କଦଳୀ ଏବଂ ଗୋଟିଏ ଟେବୁଲସ୍ପୁନ ମହୁ ନେଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। କେଶରେ ଏବଂ ସ୍କାଲ୍ପରେ ଏହି ପ୍ୟାକ୍କୁ ଭଲ ଭାବେ ଲଗାନ୍ତୁ। ଅଧଘଣ୍ଟା ପରେ ବାୟୋଟିନ୍ ଯୁକ୍ତ ଶାମ୍ପୁରେ ଧୋଇନିଅନ୍ତୁ। ସପ୍ତାହକୁ ଦୁଇଥର ଏହିଭଳି କେଶରେ ବ୍ୟବହାର କରି ନିଜ କେଶକୁ ଷ୍ଟ୍ରେଟ୍ କରିପାରିବେ।