‘ଅନ୍ୟକୁ ଦୋଷ ଦିଅ ନାହିଁ’

କାବୁଲ,୩ା୨: ପେଶଓ୍ବାର ମସ୍‌ଜିଦରେ ହୋଇଥିବା ବିସ୍ଫୋରଣ ପାଇଁ ପାକିସ୍ତାନ କ୍ରମାଗତ ଭାବେ ଆଫଗାନିସ୍ତାନକୁ ଦାୟୀ କରିଆସୁଛି। ଏହା ପରେ ତାଲିବାନ ପାକିସ୍ତାନ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦୀ ହତ୍ୟାକାଣ୍ଡରେ ପଡ଼ୋଶୀ ଆଫଗାନିସ୍ତାନକୁ ଦାୟୀ କରିବା ପରିବର୍ତ୍ତେ ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମୀର ମୁଟାକି ପାକିସ୍ତାନ ଆକ୍ରମଣର ତଦନ୍ତ କରିବାକୁ କହିଛନ୍ତି। ତାଲିବାନ କହିଛି, ତୁମର ବିଫଳତା ପାଇଁ ଅନ୍ୟମାନଙ୍କୁ ଦୋଷ ଦିଅ ନାହିଁ।

ସୂଚନାଯୋଗ୍ୟ, ଜାନୁୟାରୀ ୩୦ରେ ପାକିସ୍ତାନର ପେଶଓ୍ବାର ପୋଲିସ ଲାଇନ୍‌ ଅଞ୍ଚଳରେ ଥିବା ଏକ ମସ୍‌ଜିଦରେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୦୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଅଧିକାଂଶ ପୋଲିସ କର୍ମଚାରୀ ଥିଲେ। କାବୁଲକୁ ଦାୟୀ କରିବା ପରିବର୍ତ୍ତେ ପେଶଓ୍ବାର ଆକ୍ରମଣର ତଦନ୍ତ କରିବାକୁ ମୁଟାକି ପାକିସ୍ତାନକୁ ଆହ୍ବାନ ଦେଇଛନ୍ତି। ଆତଙ୍କବାଦୀଙ୍କ ପାଇଁ ଆଫଗାନିସ୍ତାନ ସୁରକ୍ଷିତ ସ୍ଥାନ ନୁହେଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଆଫଗାନିସ୍ତାନ ଆତଙ୍କବାଦ କେନ୍ଦ୍ର ହୋଇଥାନ୍ତା ତେବେ ଏହା ଚାଇନା, ମଧ୍ୟଏସିଆ ଏବଂ ଇରାନକୁ ବି ଯାଇପାରନ୍ତା।

Share