ଥିରୁଭାନନ୍ତପୁରମ୍,୧୩।୮: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଆସିକାଲି କେରଳର ୱାୟାନାଡ ଗସ୍ତରେ ଯାଇଛନ୍ତି। ରବିବାର ସେ କହିଛନ୍ତି ଯେ, ଆଦିବାସୀଙ୍କୁ ସୀମିତ ଏବଂ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ। ଆଦିବାସୀମାନେ ଜଙ୍ଗଲରେ ସୀମିତ ରହିବା ଉଚିତ୍ ନୁହେଁ, ବରଂ ସମଗ୍ର ଗ୍ରହ ସେମାନଙ୍କ ପାଇଁ ଖୋଲା ରହିବା ଉଚିତ୍। ଗୋଟିଏ ପଟେ ଆମେ ଆଦିବାସୀ ଏବଂ ଅନ୍ୟ ପଟେ ଜଙ୍ଗଲ ବାସିନ୍ଦା ବୋଲି କହୁଛୁ, କିନ୍ତୁ ଜଙ୍ଗଲ ବାସିନ୍ଦା ଶବ୍ଦ ପଛରେ ଏକ ଅଦ୍ଭୁତ ତର୍କ ଅଛି, ଯାହା ଅସ୍ବୀକାର କରେ ଯେ, ଆଦିବାସୀମାନେ ଭାରତର ମୂଳ ମାଲିକ।
ଲୋକ ସଭାର ସଦସ୍ୟତା ପୁନଃସ୍ଥାପିତ ହେବା ପରେ ରାହୁଲ ଗାନ୍ଧୀ ଶନିବାର ପ୍ରଥମ ଥର ପାଇଁ ୱାୟାନାଡ ପରିଦର୍ଶନ କରିଥିଲେ। ଗସ୍ତର ପ୍ରଥମ ଦିନରେ ସେ ଟୋଡା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସେମାନଙ୍କ ଦେବତାଙ୍କୁ ଦର୍ଶନ କରିଥିଲେ ଏବଂ ପାରମ୍ପରିକ ନୃତ୍ୟ ଏବଂ ଖାଦ୍ୟ ମଧ୍ୟ ଉପଭୋଗ କରିଥିଲେ।