ପାଓ୍ବାର କଟ୍‌ କରିବନି ‘ମନ୍‌ କୀ ବାତ୍‌’ ଅଛି

ଭୁବନେଶ୍ବର, ୨୭ା୮(ବ୍ୟୁରୋ): ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ନିର୍ମାଣ ଓ ସମାଜ ମଙ୍ଗଳ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସାଧାରଣ ଜୀବନ ବାସକରୁଥିବା ଲୋକଙ୍କ ଅକୁହା କଥା ସାମ୍ନାକୁ ଆଣିଥାଆନ୍ତି, ଯାହା ଆମ ସମସ୍ତଙ୍କୁ ବହୁ ପ୍ରେରଣା ଯୋଗାଏ। ଦେଶର ପ୍ରଧାନମନ୍ତ୍ରୀ ପ୍ରତିମାସ ଶେଷ ରବିବାର ୧୧ଟା ବେଳେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥାନ୍ତି। ୨୦୧୪ରେ ସେ ଶପଥ ନେବାପରେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅଗଷ୍ଟ ୨୮ଦିନ ୯୨ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ଭାଜପାର ସମସ୍ତ କାର୍ଯ୍ୟକର୍ତ୍ତା, ଜନପ୍ରତିନିଧି ଓ ସାଧାରଣ ଜନତା ଶୁଣିବାକୁ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅନୁରୋଧ କରିଛନ୍ତି। ‘ମନ୍‌ କି ବାତ୍‌’ ଭାରତ ବର୍ଷରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶର ବହୁ ମାତ୍ରରେ ଉନ୍ନତି ଘଟିଛି। ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ରହିଛି । ତେଣୁ ପାୱାର କଟ୍‌ ନ କରିବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଲେଖାଶ୍ରୀ ଅନୁରୋଧ କରିଛନ୍ତି। ଏନେଇ ଶକ୍ତି ବିଭାଗ ଓ ଟାଟା ଅଧିକାରୀଙ୍କୁ ପତ୍ର ଦିଆଯାଇଛି ବୋଲି ସେ କହିଛନ୍ତି।

Share