ଏସବୁ ଜିନିଷ କରନ୍ତୁ ନାହିଁ ଦାନ, ଛାଡି ପଳାଇବେ ଲକ୍ଷ୍ମୀ

ହିନ୍ଦୁ ଧର୍ମରେ ଦାନ କରିବା ପୁଣ୍ୟ ବୋଲି ଧରାଯାଏ। ଦାନ କରିବା ଦ୍ୱାରା କେବଳ ଇଶ୍ୱରଙ୍କ ଆଶୀର୍ବାଦ ମିଳେ ତାହା ନୁହେଁ, ଘରେ ସୁଖ-ଶାନ୍ତି ଆସିଥାଏ ବୋଲି କୁହାଯାଏ। ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ମାନବ ଜୀବନର ସବୁଠୁ ବଡ କାର୍ଯ୍ୟ। କିନ୍ତୁ କିଛି ଏମିତି ଜିନିଷ ଅଛି ଯାହା ଦାନ ଦେଲେ ନିଜର କ୍ଷତି ଘଟିଥାଏ।

ମାନ୍ୟତା ଅନୁସାରେ କାହାକୁ ଝାଡୁ ଦାନ କଲେ ଲକ୍ଷ୍ମୀ ମା’ ରାଗି ଯା’ନ୍ତି। ତେଣୁ କାହାକୁ ଝାଡୁ ଦେବା ଉଚିତ୍‌ ନୁହେଁ।

ଲକ୍ଷ୍ମୀ ପ୍ରତିମାକୁ ଦାନ ଦେବା ଉଚିତ୍‌ ନୁହେଁ। ଏହାସହ ଲକ୍ଷ୍ମୀ ଏବଂ ଗଣେଶଙ୍କ ପ୍ରତିମା ଥିବା କଏନ୍‌ ମଧ୍ୟ କାହାକୁ ଦିଅନ୍ତୁ ନାହିଁ।

ଯଦି ନୂଆ ବସ୍ତ୍ର କାହାକୁ ଦାନ କରୁଛନ୍ତି ତେବେ ତାଙ୍କୁ ନିଜ ହାତରେ ଦିଅନ୍ତୁ ନାହିଁ।

ଭୋକିଲାଙ୍କୁ ଆହାର ଦେବା ଉତ୍ତମ ଲକ୍ଷଣ ବୋଲି ଧରାଯାଏ। କିନ୍ତୁ ବାସି ଏବଂ ଅରୁଚିକର ଖାଦ୍ୟ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ପୁଣ୍ୟ ଅପେକ୍ଷା ପାପର ପରିମାଣ ବୃଦ୍ଧି ପାଏ। ଘରୁ ଲକ୍ଷ୍ମୀ ଛାଡି ଯାନ୍ତି।

ଧାର୍ମିକ ପୁସ୍ତକ ଗୁଡିକର ଦାନ ଦେବା ମଧ୍ୟ ଉଚିତ୍‌ ନୁହେଁ।