ସକାଳେ ଖାଲି ପେଟରେ କେବେ ବି ଖାଆନ୍ତୁ ନାହିଁ ଏହି ୪ ଖାଦ୍ୟ, ନଚେତ ବଢ଼ିବ ଏସବୁ ରୋଗର ଭୟ

ଆଜିକାଲିର ସମୟର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଯେ କେହି ସ୍ବାସ୍ଥ୍ୟର ଯତ୍ନ ନେବାକୁ ଭୁଲି ଯାଉଛନ୍ତି। ହେଲେ ସୁସ୍ଥ ଜୀବନ ପାଇଁ ଖାଦ୍ୟପେୟ ଉପରେ ନଜର ରଖିବା ଜରୁରୀ। ଏଣୁ ଦିନର ଆରମ୍ଭ ଅର୍ଥାତ ସକାଳୁ ଖାଲି ପେଟରେ କ’ଣ ଖାଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। କାରଣ ସକାଳ ଜଳଖିଆରୁ ହିଁ ସାରାଦିନ ପାଇଁ ଶକ୍ତି ମିଳିଥାଏ।

ଖାଲି ପେଟରେ ଖରାପ ଭୋଜନ କରିବା ଯୋଗୁ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା କ’ଣ ଖାଇବେ/ନଖାଇବେ ସେ ବିଷୟରେ:

-କଫି: ଖାଲି ପେଟରେ କଫି ପିଇବା ଉଚିତ ନୁହେଁ। ଏହାଦ୍ୱାରା ରକ୍ତ ଶର୍କରା ସ୍ତର ଉପରେ କୁପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଡାଇବେଟିସ ସହ ହୃଦରୋଗର ଭୟ ବଢ଼ିଥାଏ।

-ଫଳରସ: ତାଜା ଫଳର ରସ ପିଇବା ସ୍ବାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ। ହେଲେ ଖାଲିପେଟରେ ଏହାକୁ ପିଇବା କ୍ଷତିକାରକ। ଏହାଦ୍ୱାରା ଯକୃତ ଉପରେ ପ୍ରଭାବ ପଡ଼ିଥାଏ। ଏହାଛଡ଼ା ଫଳରସରେ ପୋଷଣର ମାତ୍ରା କମ୍‌ ଥାଏ। ଏଥିରେ କମ୍‌ ଫାଇବର ଥାଏ। ଏହାଦ୍ୱାରା ରକ୍ତରେ ସର୍କରାରର ମାତ୍ରା ବୃଦ୍ଧି ପାଇଥାଏ।ଏହା କାରଣରୁ ମଧୁମେହ ଏବଂ ହାଇ କୋଲେଷ୍ଟରଲର ବିପଦ ବଢ଼ିଥାଏ।

-ସାଲାଡ: ଦ୍ୱିପ୍ରହର ଭୋଜନରେ ସାଲାଡ ଖାଇବା ଭଲ। ହେଲେ ସକାଳେ ଖାଲି ପେଟରେ ଏହାକୁ ଖାଇବା କ୍ଷତିକାରକ। ସାଲାଡରେ ଫାଇବର ଥାଏ। ଏହାକୁ ସକାଳେ ଖାଇବା ଦ୍ୱାରା ପେଟରେ ଗ୍ୟାସ,ପିତ୍ତ ଏବଂ ବଦହଜମୀ ଭଳି ସମସ୍ୟା ଦେଖାଯାଇଥାଏ।

-ଦହି: ଦହିରେ ଲାକ୍ଟିକ୍‌ ଏସିଡ ଥାଏ। ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ପେଟରେ ହାଇଡ୍ରୋକ୍ଲୋରିକ ଏସିଡ୍‌ ପ୍ରସ୍ତୁତ ହୋଇଥାଏ। ଏହା ଏସିଡିଟି ସୃଷ୍ଟି କରିଥାଏ।