ପୁରୀ ଅଫିସ,୧୧ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସମୟରେ ଡ୍ରୋନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ଏନେଇ ପୁରୀ ପୋଲିସ ଟୁଇଟ୍ ଯୋଗେ ସୂଚନା ଦେଇଛି। ଟୁଇଟ୍ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍ ଜୋନ୍ରେ ଯାଉଛି। ତେଣୁ ଡ୍ରୋନ୍ ଉଡ଼ାଣ ମନା। ବିନା ଅନୁମତିରେ କେହି ଡ୍ରୋନ୍ ଉଡ଼ାଣ କରିପାରିବେ ନାହିଁ। ଏପରିକି ୩ ରଥ ପାଖରେ ଏବଂ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଉଡ଼ାଇବା ପାଇଁ ବାରଣ କରାଯାଇଛି। ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ଜଣେ ୟୁଟ୍ୟୁବର ଗିରଫ ହୋଇସାରିଛନ୍ତି। ରଥଯାତ୍ରା ବେଳେ ଫଟୋ ଏବଂ ଭିଡିଓ ପାଇଁ ଏପରି କରାଯିବାର ବହୁ ନଜିର ଅଛି। ନିର୍ଦ୍ଦେଶ ନ ମାନିଲେ ଡ୍ରୋନ୍ ନିୟମ ଅନୁସାରେ ଦଣ୍ଡିତ ହେବେ ବୋଲି ପୋଲିସ ପକ୍ଷରୁ ଟୁଇଟ୍ରେ କୁହାଯାଇଛି।