Categories: ରାଜ୍ୟ

ରାସ୍ତାଘାଟରେ ଜାତୀୟ ପତାକା ନ ପଡୁ

ସାଧାରଣତନ୍ତ୍ର ଦିବସର ସକାଳୁ ସକାଳୁ କୁନି ପିଲାଙ୍କ ହାତରେ ଜାତୀୟ ପତାକା ଓ ମୁହଁରେ ସମ୍ବିଧାନ ରଚୟିତାଙ୍କର ଜୟଗାନ ଶୁଣିଲେ ହୃଦୟରେ ଦେଶପ୍ରେମ ଜାଗିଉଠେ କିନ୍ତୁ ଅପରାହ୍ନରେ ରାସ୍ତାକଡରେ ସେହି ପତାକା ଏଣେ ତେଣେ ପଡିଥିବାର ଦୃଶ୍ୟ ହୃଦୟକୁ କଷ୍ଟ ଦିଏ ା ଦେଶକୁ ଶୃଙ୍ଖଳିତ କରିବା ପାଇଁ ସମ୍ବିଧାନର ସୃଷ୍ଟି କିନ୍ତୁ ଜାତୀୟ ପତାକାର ଅସମ୍ମାନ ଅାମର ବିଶୃଙ୍ଖଳତାର ପରିଚୟ ଦିଏ ା ଯେମିତି ଜାତୀୟ ପତାକା ଧରିବା ଅାମର ଅଧତ୍କାର, ସେମିତି ପତାକାର ସମ୍ମାନ ରଖିବା ମଧ୍ୟ ଅାମର କର୍ତ୍ତବ୍ୟ ା
– କମଳାକାନ୍ତ ଜେନା
ସହକାରୀ ପ୍ରଫେସର (ଫିଜିକ୍ସ),
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ

Share