ଭାକ୍ସିନ୍‌ ନେବାକୁ ଦିଅନି ପଛଘୁଞ୍ଚା, ସଭିଏଁ ନେବା ଅପରିହାର୍ଯ୍ୟ, କହିଲେ ମୋଦି…

ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ଲଢ଼େଇରେ ଭାକ୍ସିନ୍‌ ଏକ ମାତ୍ର ବିକଳ୍ପ। ତେଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାକ୍ସିନ୍‌ ନେବାକୁ ପଛଘୁଞ୍ଚା ଦିଅନି ଅବା ମନରେ ଦ୍ୱିଧା ଆଣନ୍ତୁ ନାହିଁ। ସଭିଏଁ ଭାକ୍ସିନ୍‌ ଡୋଜ୍‌ ନେବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଡୋଜ୍‌ ନେଇଛନ୍ତି। ସେହିପରି ତାଙ୍କ ମା’ ମଧ୍ୟ ଭାକ୍ସିନ୍‌ର ଡୋଜ୍‌ ନେଇଥିବା ସେ କହିଛନ୍ତି। କରୋନା ଲଢ଼େଇରେ ମାସ୍କ୍‌ ପିନ୍ଧିବା ଅତ୍ୟନ୍ତ ଜରୁରୀ। ଭାକ୍ସିନ୍‌ ନେବା ସହିତ ମାସ୍କ୍‌ ପିନ୍ଧିବା ସହିତ ଅନ୍ୟ ସୁରକ୍ଷା ମାର୍ଗଦର୍ଶିକାକୁ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କରୋନା ମହାମାରୀ ସଂକ୍ରମଣ ନାହିଁ ବୋଲି ଭ୍ରମରେ ନ ରହିବାକୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତିି। ସତର୍କତାର ସହିତ ସମସ୍ତ ମାର୍ଗଦର୍ଶିକା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଟୋକିଓ ଅଲମ୍ପିକ୍‌ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଭାରତୀୟ ଆଥଲେଟ୍‌ ମିଲ୍‌ଖା ସିଂଙ୍କ ସ୍ମୃତିଚାରଣ କରିଛନ୍ତି। ସେହିପରି ଉତ୍ତରାଖର ପୈଡି ଗଡ଼ଓ୍ବାଲରେ ଜଳ ସଂରକ୍ଷଣ କରୁଥିବା ଭାରତୀଙ୍କ ସମ୍ପର୍କରେ ଅବଗତ କରାଇଛନ୍ତି।

Share