କୌଣସି ବ୍ୟକ୍ତି କରୋନା ଲକ୍ଷଣ ଲୁଚାନ୍ତୁ ନାହିଁ, ଶୀଘ୍ର କରନ୍ତୁ ଟେଷ୍ଟିଂ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ୪ଟି ଅପିଲ କରିଛନ୍ତି। ପ୍ରଥମଟି ହେଲା ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ଲକ୍ଷଣ ଲୁଚାନ୍ତୁନାହିଁ। ଦ୍ୱିତୀୟଟି ହେଲା କରୋନା ଟେଷ୍ଟ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏଣୁ ସାମାନ୍ୟ ଲକ୍ଷଣ ଦେଖାଦେଲେ ଟେଷ୍ଟିଂ ପାଇଁ ଆସନ୍ତୁ। ତୃତୀୟଟି ହେଲା କରୋନାରୁ ଆରୋଗ୍ୟ ଲାଭ କଲେ ପ୍ଲାଜମା ଦାନ କରନ୍ତୁ। ଚତୁର୍ଥଟି ହେଲା କମ୍ୟୁନିଟିମାନେ କୋଭିଡ କେୟାର ହୋମ୍‌ କରନ୍ତୁ ବୋଲି ସଚିବ ଅପିଲ କରିଛନ୍ତି। ଏହାଛଡ଼ା ଠିକ୍‌ ଭାବେ ମାସ୍କ ପରିଧାନ କରିବା ଏବଂ ସାମାଜିକ ଦୂରତାକୁ ମାନନ୍ତୁ। ବାହାରେ ଛେପ ପକାନ୍ତୁନାହିଁ। ବାରମ୍ବାର ହାତ ଧୁଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି।

Share