Categories: ଜାତୀୟ

‘ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କର ନାହିଁ’

ଇମ୍ଫାଲ,୨୭।୭: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପଡୋଶୀ ରାଜ୍ୟ ମିଜୋରାମକୁ ିଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମିଜୋରାମ ଅନ୍ୟ କୌଣସି ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ମଣିପୁରର କୁକି ସମ୍ପ୍ରଦାୟ ପାଇଁ ଆୟୋଜିତ ଏକତା ସମାବେଶରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଅଂଶଗ୍ରହଣ କରିଥିଲେ। ଏହା ପରେ ତାଙ୍କ ବିବୃତ୍ତି ଆସିଛି।
ବିରେନ ସିଂ ୨୪ତମ କାର୍‌ଗିଲ ବିଜୟ ଦିବସରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଡ୍ରଗ ଚୋରା ଚାଲାଣକାରୀ ତଥା ବେଆଇନ ଭାବେ ରାଜ୍ୟ ଭିତରକୁ ପ୍ରବେଶ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ରାଜ୍ୟରେ ଏହି ପରିସ୍ଥିତି ଉପୁଜିଛି। ମଣିପୁର ସରକାର କୁକି ସମ୍ପ୍ରଦାୟର ବିରୋଧୀ ନୁହଁନ୍ତି। କିଛି ଲୋକ ମଣିପୁରର ଅଖଣ୍ଡତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।
ସୂଚନାଯୋଗ୍ୟ,ମିଜୋରାମରେ ଆୟୋଜିତ ଏକ ରାଲିରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ ଜୋରାମଥାଙ୍ଗା। ଏହି ରାଲିରେ ବିରେନ ସିଂଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା।

Share