Categories: ଜାତୀୟ

ସରକାର ବିରୋଧୀ ଲେଖା ପାଇଁ ଖବରଦାତାଙ୍କ ନାଁରେ ମାମଲା କରନାହିଁ

ନୂଆଦିଲ୍ଲୀ,୫ା୧୦: ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି। ଜଷ୍ଟିସ ହୃଷୀକେଶ ରାୟ ଏବଂ ଏସ୍‌.ଭି. ଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ ଏକ ପିଟିଶନ୍‌ର ଶୁଣାଣି ବେଳେ କହିଥିଲେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟକ୍ତିଙ୍କ ମତାମତ ଉପସ୍ଥାପନ କରିବାର ସ୍ବାଧୀନତାକୁ ସମ୍ମାନ ଦିଆଯାଇଥାଏ। ଖବରଦାତାଙ୍କ ଅଧିକାର ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ) ଦ୍ୱାରା ସୁରକ୍ଷିତ। ୟୁପିରେ ସାଧାରଣ ପ୍ରଶାସନର ଜଟିଳ ଜାତିଗତ ଢାଞ୍ଚାକୁ ନେଇ ଖବରଦାତା ଅଭିଷେକ ଉପାଧ୍ୟାୟ ରିପୋର୍ଟ ପ୍ରକାଶ କରିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାକୁ ଖାରଜ କରିବା ପାଇଁ ଉପାଧ୍ୟାୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଖବରଦାତାଙ୍କ ଲେଖା ସରକାର ବିରୋଧୀ ହୋଇଥିଲେ, ଏଥିପାଇଁ ତାଙ୍କ ବିରୋଧରେ ମାମଲା ନ କରିବାକୁ ଖଣ୍ଡପୀଠ ୟୁପି ସରକାରଙ୍କୁ କହିଛନ୍ତି।

Share