କିଛି ମେଡିସିନ ବା ଟାବଲେଟ ଅଛି ଯାହାର ଖୋଳ ଉପରେ ଏକ ଲାଲ ରଙ୍ଗର ପଟି ରହିଥାଏ । କିଛି ମେଡିସିନ ଖୋଳରେ ନାଲି ରଙ୍ଗର କିଛି ପଟି ଥାଏ । ହୁଏତ ଖୁବ କମ ଲୋକ ଜାଣିଛନ୍ତି କାହିଁକି ମେଡିସିନ ଖୋଳ ଉପରେ ଏହି ଲାଲ ରଙ୍ଗର ପଟି ରହିଥାଏ ? ବିଶେଷ କରି ଏହି ନାଲି ରଙ୍ଗର ପଟି ବାବଦରେ ଡାକ୍ତମାନଙ୍କର ଅଧିକ ଜ୍ଞାନ ରହିଥାଏ । ଏହି ନାଲି ରଙ୍ଗର ପଟିର ଅର୍ଥ ହେଉଛି , ଏହି ପଟିଥିବା ଔଷଧକୁ ଆପଣମାନେ ବିନା ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ନାହିଁ । ଆଣ୍ଟିବାୟୋଟିକ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ ଏହି ନାଲି ରଙ୍ଗର ପଟିକୁ ଔଷଧ ଖୋଳରେ ସଂଙ୍କେତ ଭାବେ ଚିହ୍ନଟ କରାଯାଇଥାଏ ।