Categories: ଖେଳ

ଆଜି ଭାରତ ପାଇଁ ‘କର ବା ମର’ ମ୍ୟାଚ୍‌: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ

ଦୁବାଇ,୬।୯: ଏସିଆ କପ ୨୦୨୨ରେ ଆଜି ଭାରତୀୟ ଦଳ ସୁପର-୪ ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ହାରିବା ପରେ ଭାରତ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମ୍ୟାଚ ଜିତିବା ପରେ ହିଁ ଭାରତୀୟ ଦଳର ଫାଇନାଲରେ ପ୍ରବେଶ କରିବାର ଆଶା ଅକ୍ଷୁର୍ଣ୍ଣ ରହିବ। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଦଳ ଆଫଗାନିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ ଜିତିଛି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ ଜିତି ଫାଇନାଲରେ ତାଙ୍କ ସ୍ଥାନ ସୁରକ୍ଷିତ ରଖିବା ଦିଗରେ ଶ୍ରୀଲଙ୍କାର ଉଦ୍ୟମ ହେବ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଟସ ଭାରତୀୟ ସମୟ ସା ୭ଟା ସମୟରେ ଅନୁଷ୍ଠିତ ହେବ। ମ୍ୟାଚ୍‌ ସା ୭.୩୦ରୁ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କର ଏସିଆ କପ ପ୍ରସାରଣ କରିବାର ଅଧିକାର ଅଛି। ଏହି ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ୧, ଷ୍ଟାର୍‌ ସ୍ପୋର୍ଟସ ୩, ଷ୍ଟାର୍‌ ସ୍ପୋର୍ଟସ ସିଲେକ୍ଟ ଏଚ୍‌ଡିରେ ଦେଖିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜନି ପ୍ଲସ ହଟଷ୍ଟାର୍‌ ଆପରେ ଦେଖିବାକୁ ମିଳିବ।

Share