Categories: ଖେଳ

ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି…

ସାରଜା, ୬।୯ : ପାକିସ୍ତାନଠାରୁ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆକୁ ଏସିଆ କପରେ ରହିବା ପାଇଁ ପ୍ରତ୍ୟେକ ମ୍ୟାଚ ଜିତିବାକୁ ପଡ଼ିବ। ଫଳରେ ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପରାଜୟ ଟିମ୍‌ ଇଣ୍ଡିଆକୁ ଫାଇନାଲ ପାଇଁ ଦୌଡ଼ରୁ ବାହାର କରିପାରେ। ସାତଥର ବିଜେତା ଟିମ ଇଣ୍ଡିଆ ମଙ୍ଗଳବାର ସୁପର ଫୋର୍‌ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟୁଛି। ଟିମ୍‌ ଇଣ୍ଡିଆ ପାଇଁ ମ୍ୟାଚ୍‌ରେ ଶ୍ରେଷ୍ଠ ବୋଲରଙ୍କ ଆବଶ୍ୟକତା ରହିଛି। ବର୍ତ୍ତମାନ ଟୁର୍ନାମେଣ୍ଟରେ ରହିବାକୁ ପରୀକ୍ଷଣ କରିବାକୁ ଟିମ୍‌ ଇଣ୍ଡିଆ ହାତରେ ଆଉ ଅଧିକ ସମୟ ନାହିଁ ।

ଆହତ ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ ଏବଂ ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ବୋଲିଂ କରିବାକୁ ଭାରତର ଅଧିକ ବିକଳ୍ପ ନାହିଁ। ଯେଉଁ ବୋଲରମାନେ ଭାରତ ପାଖରେ ଅଛନ୍ତି ସେମାନଙ୍କର ସ୍ଥିରତାର ଅଭାବ ରହିଛି। ବିଶେଷ କରି ୟୁଜବେନ୍ଦ୍ର ଚହଲ ଏହି ସମୟରେ ରୋହିତ ଶର୍ମାଙ୍କ ଚିନ୍ତାର କାରଣ ହେବେ। ରବିବାର ମଧ୍ୟ ପାକିସ୍ତାନ ବିପକ୍ଷରେ ପାଞ୍ଚ ବୋଲରଙ୍କ ସହ ଖେଳି ଭାରତ ସଫଳ ହୋଇ ନଥିଲା। ଟିମ୍‌ ଇଣ୍ଡିଆ ପାଖରେ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଅଭାବ ରହିଛି। ବିଶେଷକରି ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଫଳତା ସହିତ ଷଷ୍ଠ ବୋଲରଙ୍କ ଆବଶ୍ୟକତା ଅନୁଭବ କରାଯାଉଛି।

Share