‘ଦୋ ପତ୍ତି’ ଟ୍ରେଲର ଆଉଟ

ମୁମ୍ବାଇ: ଅଭିନେତ୍ରୀ କାଜୋଲ, କ୍ରିତି ସାନନ୍‌ ଓ ଅଭିନେତା ଶାହିର ଶେଖ୍‌ଙ୍କ ଅଭିନୀତ ‘ଦୋ ପତ୍ତି’ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ୨ ମିନିଟ ୩୬ ସେକେଣ୍ଡ ବିଶିଷ୍ଟ ଏହି ଟ୍ରେଲରକୁ ଦେଖିବା ପରେ ଫିଲ୍ମକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଏହି ଟ୍ରେଲରଟି ଶାହିରଙ୍କ ଚରିତ୍ର ଧ୍ରୁଭ୍‌ଠାରୁ ଆରମ୍ଭ ହେଉଛି, ଯେଉଁଠାରେ ପୋଲିସ ଅଫିସର ଚରିତ୍ରରେ ଅଭିନେତ୍ରୀ କାଜୋଲ ତାଙ୍କୁ ଏକ ହତ୍ୟା ମାମଲାରେ ପଚରାଉଚରା କରିଛନ୍ତି। ଏହି ସିନେମାରେ କ୍ରିତି ସାନୋନଙ୍କର ଡବଲ୍‌ ରୋଲ୍‌ ରହିଛି। ସେ ଫିଲ୍ମରେ ୨ଟି ଚରିତ୍ରରେ ନଜରକୁ ଆସିବେ। ଟ୍ରେଲର ଅନୁଯାୟୀ, କ୍ରିତିଙ୍କ ଏକ ଚରିତ୍ରର ପ୍ରେମରେ ପଡ଼ି ଶାହିରଙ୍କ ଧ୍ରୁଭ ଚରିତ୍ରକୁ ଜେଲ ଯିବାକୁ ପଡ଼ୁଛି, ଯାହା କାହାଣୀର ରହସ୍ୟ ଏବଂ ରୋମାଞ୍ଚକୁ ଚରମ ସୀମାରେ ପହଞ୍ଚାଇଛି। ଶଶାଙ୍କ ଚତୁର୍ବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ କନିକା ଢିଲ୍ଲୋଙ୍କ ଦ୍ୱାରା ଲିଖିତ ଏବଂ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଆସନ୍ତା ୨୫ରେ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ। କ୍ରିତି ସାନନ୍‌ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଏହାର ପ୍ରଯୋଜନା ମଧ୍ୟ ଦେଉଛନ୍ତି। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ତନଭି ଅଜମି, ପ୍ରାଚୀ ଶାହା ପାଣ୍ଡ୍ୟା, ଅଭିନେତା ବିଜେନ୍ଦ୍ର କାଲା, ବିବେକ ମୁଶରାନ୍‌ ମଧ୍ୟ ନଜରକୁ ଆସିବେ। ‘ଦୋ ପତ୍ତି’ ଟ୍ରେଲରର ଲଞ୍ଚିଂ କାର୍ଯ୍ୟକ୍ରମରେ କାଜୋଲ କହିଛନ୍ତି, ସେ ଏହି ଫିଲ୍ମରେ ପୋଲିସ୍‌ ଭୂମିକାରେ ଅଭିନୟ କରିବା ପାଇଁ ସ୍ବାମୀ ଅଜୟ ଦେବଗନଙ୍କଠାରୁ ଟିପ୍ସ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ସହ ନିର୍ବନ୍ଧ ରୋକିବାକୁ ଚାହୁଁଥିଲେ ଐଶ୍ୱର୍ଯ୍ୟା! ହେଲା ବଡ଼ ଖୁଲାସା…

ବମ୍ବେ: ଗତ କିଛିଦିନ ଧରି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପରସ୍ପରଠାରୁ ଅଲଗା...

ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଶ୍ନୋଇ ଗ୍ୟାଙ୍ଗ? ପୁରା ଘଟଣାକ୍ରମକୁ ଜାଣନ୍ତୁ…

ବମ୍ବେ: ଜଣେ ବଲିଉଡ୍‌ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି...

ବାବା ସିଦ୍ଧକିଙ୍କ ପରେ ଏବେ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ମୁନାଓ୍ବର ଫାରୁକି

ବମ୍ବେ: ପୁଣି ଚର୍ଚ୍ଚାରେ ରିଆଲିଟି ଶୋ’ ବିଗ୍‌ ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି। ଏଥର କିନ୍ତୁ ବିଷୟ ବ୍ୟକ୍ତିଗତ କିମ୍ବା କର୍ମ ଜୀବନକୁ ନେଇ...

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତା

ଜଣାଶୁଣା ଅଭିନେତା ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କ୍ୟାନସର୍‌ରେ ପୀଡିତ ଥିଲେ। ସେ ‘ଦି କପିଲ ଶର୍ମା ଶୋ’ ସମେତ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର କନଫର୍ମ! ବଡ଼ ସଙ୍କେତ ଦେଲେ ଅମିତାଭ ବଚ୍ଚନ, ଯାହାକୁ ନେଇ…

ମୁମ୍ବାଇ: ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଉଭୟ ଅଲଗା ହେବାକୁ...

EMIରେ ଘର, ନିଜ ବ୍ୟାଙ୍କ ବାଲାନ୍ସକୁ ନେଇ ଖୋଲାଖୋଲି କହିଲେ ଅଭିନେତା ରାଜକୁମାର

ମୁମ୍ବାଇ: ବଲିଉଡ ତାରକା ରାଜକୁମାର ରାଓଙ୍କ ନୂଆ ଚଳଚ୍ଚିତ୍ର ’ବିକି ବିଦ୍ୟା କା ୱୋ ଓ୍ବାଲା ଭିଡିଓ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ବକ୍ସ...

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଭିଷେକ ବଚ୍ଚନ! ଜାଣିବା ପରେ ଐଶ୍ୱର୍ଯ୍ୟା…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ବିଷୟରେ ଗୁଜବ ବଢିବାରେ ଲାଗିଛି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଲଗା ଅଲଗା ଦେଖିବାକୁ ମିଳୁଛନ୍ତି। ଫଳରେ...

ଫାତିମାଙ୍କ ସହ ରୋମାନ୍ସ କରିବେ ଆର୍‌. ମାଧବନ୍‌

ମୁମ୍ବାଇ: ଖୁବଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ଆର୍‌.ମାଧବନ୍‌ ଏବଂ ଫାତିମା ସାନା ଶେଖ। ଧର୍ମାଟିକ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ମରେ ଦୁହେଁ ରୋମାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri