Categories: ଜାତୀୟ

‘ଲୋକେ ଦ୍ୱିତୀୟ କିମ୍‌ ଜଙ୍ଗ ଚାହୁଁଛନ୍ତି କି ?’

ଲଖିମପୁର,୧୫।୨: “ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦରକାର ନା ଦ୍ୱିତୀୟ କିମ ଜଙ୍ଗ (ଉତ୍ତର କୋରିଆ) ଭଳି ପ୍ରତିନିଧି ଚାହୁଁଛନ୍ତି। ଲୋକଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ। ଆମେ କୌଣସି ରାଜ୍ୟରେ ଏକ ଛତ୍ରବାଦ ଶାସନ ଚାହୁଁ ନାହିଁ। ଆମେ ଲୋକଙ୍କୁ ସେମାନଙ୍କ ଭୋଟ ଭାବିଚିନ୍ତି ବ୍ୟବହାର କରନ୍ତୁ”। ଏଭଳି କହି ଉତ୍ତରପ୍ରଦେଶ ନିର୍ବାଚନ ମଧ୍ୟରେ ଶାସକ ଭାଜପାକୁ ଟାର୍ଗେଟ କରିଛନ୍ତି ଚାଷୀ ନେତା ରାକେଶ ଟିକାଏତ୍‌।

ନିର୍ବାଚନ ସିଜନରେ ଏହି ଚାଷୀ ନେତା ପ୍ରାୟତଃ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛନ୍ତି। ଗତ ସପ୍ତାହରେ ମୁଜାଫରନଗରରେ ଭାଜପା ଧୃବିକରଣ କରୁଥିବା ଅଭିଯୋଗ ଆଣିଥିଲେ।

“ପୂର୍ବ ଉତ୍ତରପ୍ରଦେଶ ବିକାଶ କଥା ଚାହୁଁଛି। ଯେଉଁମାନେ ହିନ୍ଦୁ, ମୁସଲିମ, ଜିନ୍ନା, ଧର୍ମ ଉପରେ କଥା ହେଉଛନ୍ତି, ସେମାନଙ୍କୁ ଭୋଟ ଦିଆଯିବ ନାହିଁ। ମୁଜାଫରନଗର ହିନ୍ଦୁ-ମୁସଲିମ ମ୍ୟାଚ୍‌ ପାଇଁ ଷ୍ଟାଡିୟମ ନୁହେଁ” ବୋଲି ସେ ଟୁଇଟ୍‌ କରିଥିଲେ।

Share