ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥାଏ। ଏପରି ସତର୍କତା ଅବଲମ୍ବନ ନ କଲେ ଶରୀର ଅସୁସ୍ଥ ହେବା ସହିତ ପକ୍ଷାଘାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଗାଧୋଇବା ସମୟରେ ପ୍ରଥମେ ପାଦ ଏହାପରେ ଗୋଡ଼, ଅଣ୍ଟା ଓ ପେଟ ଶେଷରେ ମୁଣ୍ଡରେ ପାଣି ଢାଳିବା ଆବଶ୍ୟକ। ପ୍ରଥମେ ମୁଣ୍ଡରେ ପାଣି ଢାଳିଲେ ରକ୍ତସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ। ଏପରି କରିବା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ହେବାର ଥାଏ ଆଶଙ୍କା। ଶରୀରର ତାପମାତ୍ରାରେ ସମନ୍ବୟ ରଖିବା ପାଇଁ ପାଦଠାରୁ ଶରୀରର ଉପର ଅଙ୍ଗଗୁଡିକରେ ପ୍ରର୍ଯ୍ୟାୟକ୍ରମେ ପାଣି ଢାଳିବା ଆବଶ୍ୟକ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକିୟା ସ୍ବାଭାବିକ ହୋଇଥାଏ। ତେଣୁ ଗାଧୋଇବା ସମୟରେ ପ୍ରଥମେ ମୁଣ୍ଡରେ ପାଣି ନ ଢାଳି ଶେଷରେ କରିବା ଉଚିତ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।