ବର୍ଷାରେ ଓଦା ହେବା ପରେ କରନ୍ତୁ ଏହି ୫ କାର୍ଯ୍ୟ: ନଚେତ ଉପୁଜି ପାରେ ଏସବୁ ସମସ୍ୟା

ବର୍ଷା ଦିନ ଆରମ୍ଭ ହୋଇଯାଇଛି। ଏହି ସମୟରେ ବର୍ଷାରେ ଭିଜିବା ଦ୍ୱାରା ଅନେକ ସଂକ୍ରମଣ ହୋଇଥାଏ। ଏଭଳି ପରିସ୍ଥିତିରେ ବର୍ଷାଠାରୁ ଦୂରେଇ ରହିବା ଉଚିତ। ଯଦି କୌଣସି ପରିସ୍ଥିତିରେ ବର୍ଷାରେ ଓଦା ହେଉଛନ୍ତ ତେବେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। କାରଣ ଏହା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ପ୍ରାୟତଃ ବର୍ଷାରେ ଭିଜିଲେ ଥଣ୍ଡା, ଜ୍ୱର, କାଶ, ଫ୍ଲୁ ଆଦି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ବର୍ଷାରେ ଓଦା ହେବା ପରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେଇ ଏହି ସମସ୍ୟାରୁ ମୁକ୍ତି ପାଇବେ।

ବର୍ଷାରେ ଭିଜିବା ପରେ ପୋଷାକ ବଦଳାନ୍ତୁ
ଯଦି କୌଣସି କାରଣରୁ ବର୍ଷାରେ ଭିଜିଯାଉଛନ୍ତି ତେବେ ଘରକୁ ଆସିବା ପରେ ପୋଷାକ ବଦଳାଇ ଦିଅନ୍ତୁ। କାରଣ ଓଦା ପୋଷାକ ଥଣ୍ଡା, ଜ୍ୱର ଭଳି ସମସ୍ୟା ସୃଷ୍ଟି କରିଥାଏ।

ବର୍ଷାରେ ଭିଜିବା ପରେ କେଶକୁ ଶୁଖାନ୍ତୁ
ବର୍ଷାରେ ଭିଜିବା ପରେ ଉଷୁମ ପାଣିରେ ଗାଧୋଇବା ଉଚିତ। ଶରୀର ସହ କେଶକୁ ଭଲଭାବେ ଶୁଖାନ୍ତୁ। କାରଣ ବର୍ଷାରେ କେଶ ଭିଜିବା ଫଳରେ ଅନେକ ସଂକ୍ରମଣ ଅଶଙ୍କା ଥାଏ। ସେଥିପାଇଁ କେଶକୁ ଭଲ ଭାବେ ଶୁଖାନ୍ତୁ।

ଗରମ ଖାଦ୍ୟ ଏବଂ ପାନୀୟ ଗ୍ରହଣ

ଏହି ଋତୁରେ ଅଧିକ ସଂକ୍ରମଣ ସମ୍ଭାବନା ଥାଏ। ତେଣୁ ଖାଦ୍ୟ ଏବଂ ପାନୀୟ ପ୍ରତି ଦୃଷ୍ଟି ଦବା ଉଚିତ୍‌। ଯଥାସମ୍ଭବ ଗରମ ଖାଦ୍ୟ ଏବଂ ପାନୀୟ ଗ୍ରହଣ କରିବା ଆବଶ୍ୟକ।

ବାହାର ଖାଦ୍ୟ ଠାରୁ ଦୂରତା
ବର୍ଷାରେ ଲୋକେ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରନ୍ତି। ଏହା ପେଟରେ ଯନ୍ତ୍ରଣା ସୃଷ୍ଟି କରିଥାଏ। ଯଥା ସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ।

ବ୍ୟାୟାମ
ବର୍ଷା ଦିନେ ହାଲୁକା ବ୍ୟାୟାମ କରିବା ଉଚିତ। ଏହା କରିବା ଦ୍ୱାରା ଫିଟ ରହିବେ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହେବ। ଯଦି ଆପଣ ବାହାରେ ଭିଜୁଛନ୍ତି, ତେବେ ଆପଣ ଷ୍ଟ୍ରେଚ୍‌ ବ୍ୟାୟାମ କରିବା ଫଳରେ ଶରୀର ଗରମ ହୋଇଥାଏ।