ସ୍ନାନ ପରେ କରନ୍ତୁ ଏସବୁ କାମ, ଘରେ ସୁଖଶାନ୍ତି ସହ ଧନ ବଢ଼ିବ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସକାଳେ ସ୍ନାନ କରି ସାରିବା ପରେ ଏମିତି କିଛି ବିଶେଷ କାମ ରହିଛି; ଯାହାକୁ କରିବା ଦ୍ୱାରା ଘରେ ସୁଖଶାନ୍ତି ବଢ଼ିବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ। ଯେମିତିକି:

* ପ୍ରତିଦିନ ସ୍ନାନ କରି ସାରିବା ପରେ ସୂର୍ଯ୍ୟ ନମସ୍କାର କରି ନିଜର ଇଷ୍ଟଦେବଙ୍କୁ ପବିତ୍ର ମନରେ ଆରାଧନା କଲେ ମନକୁ ଶାନ୍ତି ମିଳିବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ଦେଇଥା’ନ୍ତି।

* ତା’ପରେ ତୁଳସୀ ଚଉଁରାରେ ଜଳ ଦେଇ ମୁଣ୍ଡିଆ ମାରିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ବୋଲି ମାନ୍ୟତା ରହିଛି।

* ଏସବୁ କାର୍ଯ୍ୟ ପରେ ଘରର ଚାରିଆଡ଼େ ଗଙ୍ଗାଜଳ ଛିଞ୍ଚିଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତି ସୁଧୁରିଥାଏ ବୋଲି ଲୋକବିଶ୍ୱାସ ରହିଛି।

* ଅନ୍ୟପକ୍ଷେ ସ୍ନାନ ପରେ ହଳଦୀ ପାଣି ବି ଘରସାରା ଛିଞ୍ଚିଲେ ଘରେ ସକାରାତ୍ମକ ଊର୍ଜାର ପ୍ରଭାବ ବୃଦ୍ଧି ପାଇଥାଏ ବୋଲି କୁହାଯାଏ।

* ସେହିପରି ସ୍ନାନ ପରେ ଘରେ ଲୁଣପାଣି ବି ଛିଞ୍ଚିଲେ ଘରୁ ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ଦେଇଥା’ନ୍ତି।

* ସ୍ନାନ ପରେ ଘରେ ଯେଉଁ ରୋଷେଇ କରାଯାଏ, ସେଥିରୁ କିଛି ଗାଈଙ୍କୁ ଖାଇବାକୁ ଦେଲେ ଶୁଭ ହୋଇଥାଏ। ସୁଖସମୃଦ୍ଧି ବୃଦ୍ଧି କରିବାରେ ଏହା ଅନେକ ସାହାଯ୍ୟ କରିଥାଏ ବୋଲି ବିଶ୍ୱାସ ରହିଛି।