ବୁଧବାର ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର ୧୬ ତାରିଖ ଅର୍ଥାତ ବୁଧବାରରେ ପଡ଼ୁଛି ଏହି ପୂଜା। ଆସନ୍ତୁ ରାଷି ଅନୁଯାୟୀ ବିଶ୍ୱକର୍ମାଙ୍କୁ କିଭଳି ପୂଜା କରିବା ସେ ବିଷୟରେ ଜାଣିବା।

ମେଷ ରାଶି: ଏହି ରାଶିର ବ୍ୟକ୍ତିମାନେ ବିଶ୍ୱକର୍ମା ପୂଜା ଦିନ ଆଠ ବର୍ଷରୁ କମ୍‌ ଶିଶୁଙ୍କୁ ଗୁଡ଼ ଚଣା ବାଣ୍ଟନ୍ତୁ। ଏହାଦ୍ୱାରା ବ୍ୟାପାରରେ ଲାଭ ହେବା ଆରମ୍ଭ ହେବ।

ବୃଷ ରାଶି: ଏହି ରାଶିର ବ୍ୟକ୍ତି ଶ୍ୟାମା ତୁଳସୀ(କଳା ତୁଳସୀ) ଗଛର ଜଟକୁ ଛିଣ୍ଡାଇ ହଳଦିଆ ରଙ୍ଗର ସୁତାରେ ବାନ୍ଧି ବେକରେ ଧାରଣ କରନ୍ତୁ। ଏହାଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହେବା ସହ କାରୋବାରରେ ଲାଭ ହେବ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିବିଶେଷ ପୂଜା ଦିନ ଅପରାହ୍ନରେ କୁଷ୍ଠ ରୋଗୀମାନଙ୍କୁ କଳା ରଙ୍ଗର ପିଇବା ଜିନିଷ ଦାନ କରନ୍ତୁ। ଏହାଦ୍ୱାରା କାରୋବାରରେ ଆସୁଥିବା ସବୁ ଅସୁବିଧା ଶେଷ ହୋଇଯିବ।

କର୍କଟ ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଅପରାହ୍ନ ୧୨ଟା ସମୟରେ ନିଜ ମୁଣ୍ଡ ଉପରେ ଲୁଣ ଭର୍ତ୍ତି ଥାଳିକୁ ୭ଥର ବୁଲାଇ ଗରିବ ଲୋକଙ୍କୁ ଦାନ କରନ୍ତୁ।

ସିଂହ ରାଶି: ଏହି ରାଶିର ବ୍ୟକ୍ତି ପୂଜାଦିନ ସକାଳେ ମେଶିନ ପୂଜା କରିବା ପରେ ନଡ଼ିଆ ବାଣ୍ଟନ୍ତୁ। ଏପରିକି ସମସ୍ତ କର୍ମଚାରୀଙ୍କୁ ମଧ୍ୟ ନଡ଼ିଆ ପ୍ରସାଦ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିମାନେ ଏହି ପୂଜା ଦିନ ଲଡ୍ଡୁ ଦାନ କରନ୍ତୁ। ଏହା କୌଣସି ଅବିବାହିତା ଝିଅକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ତୁଳା ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଘରର କୌଣସି ବୟସାଧିକ ବ୍ୟକ୍ତିଙ୍କୁ ତମ୍ବାର ମୁଦି ଦାନ କରନ୍ତୁ। ଏହା ନ କରିପାରିଲେ ସାତ ପ୍ରକାର ଶସ୍ୟକୁ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ବିଛା ରାଶି: ଏହି ରାଶିର ବ୍ୟକ୍ତି ଗାଈଙ୍କୁ ଅଢ଼େଇ କିଗ୍ରା ଓଜନର ସବୁଜ ଘାସ ଖାଇବାକୁ ଦିଅନ୍ତୁ। ମନ୍ଦିରରେ ନ ରଖି ନିଜ ହାତରେ ଖାଇବାକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ଧନୁ ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଗରିବଙ୍କୁ ଖାଦ୍ୟଶସ୍ୟ ଦାନ କରନ୍ତୁ। ହେଲେ କାହାକୁ ଜଣାନ୍ତୁ ନାହିଁ। ବ୍ୟାପାରରେ ଉନ୍ନତି ହେବ।

ମକର ରାଶି: ଏହି ରାଶିର ବ୍ୟକ୍ତି ନିଜର ସାନ ଭାଇଭଉଣୀ ଖଟାମିଠା ଚକୋଲେଟ୍‌ ଖାଇବାକୁ ଦିଅନ୍ତୁ। ଗରିବ ଲୋକଙ୍କୁ ସବୁଜ ରଙ୍ଗର ଶସ୍ୟ ଦାନ କରନ୍ତୁ। ବ୍ୟାପାରରେ ଉନ୍ନତି ହେବ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ପୂଜାଦିନ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ଫଳ, ମିଠା ଆଦି ଦାନ କରିପାରିବେ। ଈଶ୍ୱରଙ୍କ କୃପା ଲାଭ ହେବ।

ମୀନ ରାଶି: ମୀନ ରାଶିର ବ୍ୟକ୍ତି ପୂଜା ଦିନ ଅପରାହ୍ନରେ କୁଷ୍ଠ ରୋଗୀଙ୍କୁ ଦାନ କରନ୍ତୁ। ମନେ ରଖନ୍ତୁ ଯେପରି କେହି ଆପଣଙ୍କୁ ଏପରି କରିବାରୁ ବାରଣ ନ କରନ୍ତୁ। ନଚେତ ଆଶାତୀତ ଫଳ ମିଳିବ ନାହିଁ।