ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଅନେକେ ଟେନ୍ସନ୍ର ବଶବର୍ତ୍ତୀ ହୋଇଥାଆନ୍ତି। ଏହାଦ୍ୱାରା ନିଜର କାର୍ଯ୍ୟ କରିବା କ୍ଷମତା ପ୍ରଭାବିତ ହୋଇଥାଏ। ଯଦି କୌଣସି କଥାକୁ ନେଇ ଟେନ୍ସନ୍ରେ ଅଛନ୍ତି, ତେବେ ତାହାକୁ ସହଜ ଉପାୟରେ ଦୂର କରିପାରିବେ। ପ୍ରଥମେ ନିଜ ମିଜାଜକୁ ଥଣ୍ଡା ରଖନ୍ତୁ। କୌଣସି କଥାକୁ ବାରମ୍ବାର ଚିନ୍ତା କରିବା ପରିବର୍ତ୍ତେ ଯଦି ତାହା ସମସ୍ୟା ସୃଷ୍ଟି କରୁଛି, ତେବେ ତାହାର ସମାଧାନର ଉପାୟ ବାହାର କରନ୍ତୁ। ନିଜେ ସମ୍ପାଦନ କରୁଥିବା କାର୍ଯ୍ୟର ନକାରାତ୍ମକ ଚିନ୍ତାଧାରା ମନକୁ ଆଣନ୍ତୁ ନାହିଁ। କାରଣ ଏହାଦ୍ୱାରା କାର୍ଯ୍ୟଦକ୍ଷତା ବାଧାପ୍ରାପ୍ତ ହେବା ସହ ଅଯଥାରେ ଟେନ୍ସନ୍ର ସମ୍ମୁଖୀନ ହୋଇଥାଆନ୍ତି। ସବୁବେଳେ ନିଜର ସାମର୍ଥ୍ୟ ଅନୁସାରେ କାମ କରନ୍ତୁ। ଯେଉଁ କାମକୁ ଆପଣ ସହଜରେ ସମ୍ପାଦନ କରିପାରିବେ ସେପରି କାମକୁ ଚୟନ କରନ୍ତୁ।