ବିବାହ ବାଧା ହେବ ଦୂର ପାଇଁ କରନ୍ତୁ ଏପରି…

ସିଧା ବାଦଲରୁ ଖସି ପଡୁଥିବା ବର୍ଷା ପାଣିକୁ ଅତି ପବିତ୍ର ଭାବେ ଗ୍ରହଣ କରାଯାଇଥାଏ। ତେବେ କେତେକ କାର୍ଯ୍ୟରେ ଏହାର ଉପଯୁକ୍ତ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। ବର୍ଷାପାଣିକୁ ଘରର ଐଶାନ୍ୟ କୋଣରେ ରଖିଲେ ଶୁଭଫଳ ମିଳିଥାଏ। ସେହିପରି ଏହାକୁ ଶୋଇବା ଘରେ ରଖିଲେ ଦାମ୍ପତ୍ୟ ଜୀବନରେ ଦେଖାଦେଉଥିବା ମନୋମାଳିନ୍ୟ ଦୂର ହୁଏ। ବର୍ଷାପାଣିକୁ ପିତ୍ତଳ ଢାଳରେ ରଖି ଏଥିରେ ଲକ୍ଷ୍ମୀଙ୍କୁ ସ୍ନାନ କଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଅବିବାହିତା ଝିଅପୁଅମାନେ ବର୍ଷାପାଣିରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କୁ ସ୍ନାନ କଲେ ବିବାହ ଶୀଘ୍ର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏହାଯୋଗୁ ବିବାହ ବାଧା ଦୂର ହୋଇଥାଏ। ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟା ଦୂର ଲାଗି ବର୍ଷାପାଣିରେ ଶିବଲିଙ୍ଗଙ୍କୁ ଜଳାଭିଷେକ କଲେ ସୁଫଳ ମିଳେ। ସେହିପରି ବର୍ଷାପାଣି ସହିତ କ୍ଷୀର ମିଶାଇ ନିଜ ଇଷ୍ଟଦେବଙ୍କୁ ସ୍ନାନ କରାଇଲେ ଜୀବନରେ ସଫଳତା ମିଳିଥାଏ।