ନାହିରେ ହାତ ରଖି ଆୟୁର୍ବେଦ ଚିକିତ୍ସକ ରୋଗ ସମ୍ପର୍କରେ ଜାଣିପାରିଥାନ୍ତି। ମା’ ପେଟରେ ଶିଶୁ ଥିବା ସମୟରେ ନାହିି ନଳୀ ଦେଇ ସମସ୍ତ ପୋଷକ ତତ୍ତ୍ୱ ଗର୍ଭସ୍ଥ ଶିଶୁ ଶରୀରକୁ ଯାଇଥାଏ। ନାହିରେ ତେଲ ଲଗାଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ। ତ୍ୱଚା ଶୁଷ୍କ ଦେଖାଗଲେ ତ୍ୱଚାକୁ କୋମଳ କରିବା ପାଇଁ ଦୁଗ୍ଧରେ ପ୍ରସ୍ତୁତ ଲହୁଣୀ କିମ୍ବା ଘିଅକୁ ନାହିରେ ଲଗାଇଲେ ମିଳିଥାଏ ସୁଫଳ। ନାହିରେ ତେଲ ଲଗାଇବା ଦ୍ୱାରା ମୁଖ ବ୍ରଣରୁ ମୁକ୍ତି ମିଳେ। ଲେମ୍ବୁରେ ତେଲ ମିଶାଇ ନାହିରେ ଲଗାଇବା ଦ୍ୱାରା ମୁହଁରୁ ସମସ୍ତ ଦାଗ ଦୂର ହୋଇଥାଏ। ସୋରିଷ ତେଲକୁ ନଖ ଉଷୁମ କରି ନାହିରେ ଲଗାଇଲେ ଥଣ୍ଡା ସମସ୍ୟା ହୋଇଥାଏ ଦୂର। ରାତିରେ ଶୋଇବା ପୂର୍ବରୁ ନାହିରେ ଦୁଇ ବୁନ୍ଦା ସୋରିଷ ତେଲ ପକାଇଲେ ଓଠ କୋମଳ ରହିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।