ଫୋନ୍‌ ଚାର୍ଜ କରିବା ବେଳେ କରୁଛନ୍ତି କି ଏହି ୫ ଭୁଲ୍‌? ଶୀଘ୍ର ନଷ୍ଟ ହୋଇଯିବ…

ଆଜିକାଲିର ଯୁଗକୁ ସ୍ମାଟ୍‌ଫୋନ୍‌ର ଯୁଗ ବୋଲି କହିପାରିବା। କାରଣ ସ୍ମାଟ୍‌ଫୋନ୍‌ ବିନା ଏବେ କୌଣସି ବି କାମ କରିବା ଏକପ୍ରକାର ଅସମ୍ଭବ। ଏଣୁ ପୂର୍ବାପେକ୍ଷା ଫୋନ୍‌ର ବ୍ୟବହାର ବଢ଼ିଛି କହିଲେ ଚଳେ। ବ୍ୟବହାର ଯେତିକି ବଢ଼ୁଛି ଫୋନ୍‌ର ବ୍ୟାଟେରୀ କ୍ଷୟ ସେତିକି ଶୀଘ୍ର୍ର ହେଉଛି। ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି, ଫୋନ୍‌ ଚାର୍ଜ କରିବା ସମୟରେ ବ୍ୟବହାରକାରୀ ଅନେକ ଭୁଲ କରିଥାନ୍ତି। ଯେପରିକି ଫୋନ୍‌ରୁ ଆଲର୍ଟ ମିଳିବା ପରେ ହିଁ ଏହାକୁ ଚାର୍ଜରେ ଲଗାଇବା। ହେଲେ ସର୍ବଦା ଚାର୍ଜ ଶେଷ ହେବାର ଅପେକ୍ଷା କରନ୍ତୁ ନାହିଁ। ଏପରିକି ଫୋନ୍‌ ଚାର୍ଜ ହେବା ପୂର୍ବରୁୁ ମଧ୍ୟ ଏହାକୁ ବାହାର କରିପାରିବେ।

ଅନ୍ୟାନ୍ୟ ଭୁଲ୍‌:-
ଅଫିସିଆଲ ଚାର୍ଜରର କରନ୍ତୁ ବ୍ୟବହାର:
ମୋବାଇଲ ସହ ଆସିଥିବା ଅଫିସିଆଲ ଚାର୍ଜରର ବ୍ୟବହାର ସର୍ବଦା କରନ୍ତୁ। ତେବେ ଯଦି ତାହା ନାହିଁ ତେବେ କମ୍ପିଟେବଲ୍‌ ଚାର୍ଜର ବ୍ୟବହାର କରିପାରିବେ। ହେଲେ ଲଗାତାର ଭାବେ ଏହାକୁ ବ୍ୟବହାର କଲେ ଫୋନ୍‌ର ବ୍ୟାଟେରୀ ଖରାପ ହୋଇପାରେ।

ଫୋନ୍‌ ଚାର୍ଜ ହେବା ପରେ ଚାର୍ଜର କାଢ଼ି ନିଅନ୍ତୁ:-
ବ୍ୟାଟେରୀ ଫୁଲ୍‌ ଚାର୍ଜ ହେବା ପରେ ନୂଆ ସ୍ମାଟ୍‌ଫୋନ୍‌ ଚାର୍ଜ ହେବା ବନ୍ଦ କରିଦିଏ। ହେଲେ ଚାର୍ଜରକୁ ସକେଟ୍‌ରୁ ବାହାର କରିବାକୁ ଭୁଲନ୍ତୁ ନାହିଁ।

ବ୍ୟାଟେରୀ ଚାର୍ଜ କରିବା ସମୟରେ କରନ୍ତୁ ନାହିଁ ଫୋନ ବ୍ୟବହାର: ଯାହା ଶୁଣିଲେ ସତ। ଚାର୍ଜ କରିବା ସମୟରେ ଫୋନ୍‌ର ବ୍ୟବହାର(ଯେମିତିକି ଗେମ୍‌ ଖେଳିବା ନଚେତ ଭିଡିଓ ଦେଖିବା) ଆଦି କରନ୍ତୁ ନାହିଁ। ଏହାଦ୍ୱାରା ବ୍ୟାଟେରୀ ଶୀଘ୍ର ଖରାପ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

ତାପମାତ୍ରାର ପ୍ରଭାବ: ଏହାର ପ୍ରଭାବ ବ୍ୟାଟେରୀ ଉପରେ ଅଧିକ ପଡ଼ିଥାଏ। ଏଣୁ ଏହାର କ୍ଷମତା ନଷ୍ଟ ହୋଇଯାଏ। ଏଣୁ ଫୋନ୍‌ ବ୍ୟାଟେରୀକୁ ଅଧିକ ଗରମ ହେଉଥିବା କୋଠରୀରେ ଚାର୍ଜ କରନ୍ତୁ ନାହିଁ।

Share