ଆପଣଙ୍କ ହାତରେ ଅଛି କି ଏମିତି ରେଖା, ଭାଙ୍ଗିଦେବ ବୈବାହିକ ଜୀବନ

ଜୀବନ ସହିତ ଜଡ଼ିିତ ସମସ୍ତ କଥାକୁ ହାତର ରେଖା ଦ୍ୱାରା ପୂର୍ବାନୁମାନ କରାଯାଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଲେଖାଅଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ହାତର ରେଖା ମଧ୍ୟ ବୈବାହିକ ଜୀବନ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ସୂଚାଇଥାଏ। ତେବେ ଏହାକୁ ଜାଣି ସମସ୍ୟାର ସମାଧାନ କରାଯାଇ ପାରିବ।
ହାତରେଖାର ପରିବର୍ତ୍ତନ ମଧ୍ୟ ବ୍ୟକ୍ତିର ଚିନ୍ତାଧାରାକୁ ପରିବର୍ତ୍ତନ କରି ଦେଇଥାଏ। ଏହି ପରିବର୍ତ୍ତନକୁ ଦେଖି ଜଣେ ସତର୍କ ହୋଇଯିବା ଭଲ।

ଜଣେ ବ୍ୟକ୍ତିଙ୍କ ହାତର ବିବାହରେଖା ବୈବାହିକ ଜୀବନ ବିଷୟରେ ସୂଚାଇଥାଏ। ବିବାହରେଖା ବ୍ୟକ୍ତିର ହାତର ଛୋଟ ଆଙ୍ଗୁଠିର ନିମ୍ନ ଭାଗରେ ଥାଏ।

ଯଦି ବିବାହରେଖା ଉପର ଆଡକୁ ଯାଏ କିମ୍ବା ଅନ୍ୟ ରେଖା ସହ ମିଶ୍ରିତ ହୁଏ, ତେବେ ସମ୍ପର୍କ ମଧ୍ୟରେ ଅନେକ ସମୟରେ ସମସ୍ୟା ଦେଖାଯାଏ। ଏହି କାରଣରୁ ସମ୍ପର୍କ ତିକ୍ତ ହୁଏ।