ଘରେ ଅବା ଅଫିସ୍‌ରେ ୭ଟି ଦୌଡୁଥିବା ଘୋଡ଼ାର ଚିତ୍ର ଅଛି କି? ଜାଣିରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ୭ଟି ଘୋଡ଼ା ଦୌଡୁଥିବାର ଚିତ୍ର କିମ୍ବା ପେଣ୍ଟିଂକୁ ଘରେ ହେଉ ଅବା ଅଫିସ୍‌ରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। କାରଣ ଏହା ସଫଳତା, ପ୍ରଗତି ତଥା ଶକ୍ତିର ପ୍ରତୀକ ବୋଲି ବି କୁହାଯାଏ। ତେବେ ଜାଣନ୍ତୁ କେଉଁଠି ଲଗାଇବେ ଏହି ଚିତ୍ର…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ହେଉ ଅବା ଅଫିସ୍‌ର ଦକ୍ଷିଣ ଦିଗରେ ଥିବା କାନ୍ଥରେ ୭ଟି ଘୋଡ଼ା ଦୌଡୁଥିବାର ଚିତ୍ର ଲଗାଇଲେ ବ୍ୟବସାୟ ତଥା କ୍ୟାରିୟର୍‌ରେ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଯଦି ଏହାକୁ ଉତ୍ତର ଦିଗ କାନ୍ଥରେ ଲଗାଯାଏ, ତା’ହେଲେ ଧନ, ସମୃଦ୍ଧିକୁ ଡାକି ଆଣିଥାଏ। ବେପାର କ୍ଷେତ୍ରରେ ଲାଭ ପାଇବାକୁ ଚାହୁଁଥିଲେ ଅଫିସ୍‌ ହେଉ ଅବା ବ୍ୟବସାୟ ସ୍ଥାନରେ ଏହି ଚିତ୍ର ବ୍ୟତୀତ ତମ୍ବା ପିତଳ ଅଥବା ରୁପାରେ ତିଆରି ଦୌଡୁଥିବା ଘୋଡ଼ାର ମୂର୍ତ୍ତି ମଧ୍ୟ ରଖିପାରିବେ।

* କ୍ୟାରିୟର୍‌ କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ୭ଟି ଦୌଡୁଥିବା ଘୋଡ଼ାର ପେଣ୍ଟିଂକୁ ଘରର ପୂର୍ବ ଦିଗ କାନ୍ଥରେ ଟଙ୍ଗାଇବା ଶୁଭ ହୋଇଥାଏ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରଗତିର ପ୍ରତୀକ କୁହାଯାଉଥିବା ଏହି ଦୌଡୁଥିବା ଘୋଡ଼ାର ଚିତ୍ରକୁ ଘରର ଡ୍ରଇଂ ରୁମ୍‌ ହେଉ ଅବା ଷ୍ଟଡି ରୁମ୍‌ ଅବା ଓ୍ବାର୍କ ପ୍ଲେସ୍‌ରେ ଲଗାଇହେବ କିନ୍ତୁ ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ଲଗାଇବେ ନାହିଁ।

* ତେବେ ଧ୍ୟାନଦେବେ, ସର୍ବଦା ଶାନ୍ତିପୂର୍ଣ୍ଣ ଭାବେ ଦୌଡୁଥିବା ଘୋଡ଼ାର ଚିତ୍ରକୁ କାନ୍ଥରେ ଲଗାଇବେ। ନଚେତ୍‌ ଫଳ ଓଲଟା ମିଳିବାର ଆଶଙ୍କା ରହିଛି।