Advertisement

ଶରୀରରେ ଏସବୁ ଲକ୍ଷଣ ଦେଖାଦେଉଛି କି? ହୋଇପାରେ…

ମହାମାରୀ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କାରଣ କମ୍‌ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କୁ କରୋନା ବିଶେଷଭାବେ ପ୍ରଭାବିତ କରୁଛି। ଏପରିକି ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟୁଛି। ଏଣୁ ସ୍ବାସ୍ଥ୍ୟକର ଖାଦ୍ୟ ସେବନ କରିବା ଉଚିତ। ଏଣୁ ନିଜର ରୋଗ ପ୍ରତିରୋଧକ ଶକ୍ତି କିଭଳି ଅଛି ତାହା ଜାଣି ରଖିବା ଉଚିତ। କାରଣ କମ୍‌ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କ ଶରୀରରେ କିଛି ପରିବର୍ତ୍ତନ ଦେଖାଯାଇଥାଏ। ସେଗୁଡ଼ିକୁ ଧ୍ୟାନ ଦିଅନ୍ତୁ। ଯଦି ଏଭଳି ଲକ୍ଷଣ କିଛି ଦେଖାଦିଏ ତେବେ ଖାଇବା ପିଇବାରେ ପରିବର୍ତ୍ତନ କରନ୍ତୁ। ସେଭଳି କିଛି ହେଲା:

-ଥକ୍କା ଲାଗିବା: କିଛି କାମ ନ କରି ଥକ୍କା ଲାଗିବା ରୋଗ ପ୍ରତିରୋଧକ ଶକ୍ତି କମ୍‌ର ଲକ୍ଷଣ।
-ପେଟଜନିତ ସମସ୍ୟା: ଅନେକ ଲୋକ କବ୍ଜ, ପେଟ ଫୁଲିବା ଭଳି ସମସ୍ୟାରେ ପୀଡ଼ିତ ଥାନ୍ତି। ଯଦି ସର୍ବଦା ଏଭଳି ସମସ୍ୟା ଲାଗି ରହୁଛି ତେବେ ଏହା କମ୍‌ ଇମ୍ୟୁନିଟିର ଲକ୍ଷଣ ବୋଲି ଜାଣି ରଖନ୍ତୁ।
-ଘା’ ନଶୁଖିବା: ଶରୀରରେ ହୋଇଥିବା ଛୋଟ ଘା’ ଯଦି ଶୁଖିବାକୁ ବେଶି ସମୟ ନେଉଥାଏ ତେବେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ସ୍ପଷ୍ଟ ହୋଇଥାଏ।

ଏପରି ଲକ୍ଷଣ ଥିଲେ କ’ଣ କରିବେ:
– ସପ୍ତାହରେ ୩ ଦିନ ଟମାଟୋ ଜୁସ୍‌ ପିଅନ୍ତୁ।
– ରସୁଣ ସେବନ କରନ୍ତୁ।
-ଗ୍ରୀନ୍‌ ଟି ସେବନ କରନ୍ତୁ।
-ବ୍ୟାୟାମ(ନିୟମିତ) କରନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share