କ’ଣ ଆପଣଙ୍କ ଘରର ଏହି ଦିଗରେ ରହିଛି ଝରକା, କବାଟ? ଜାଣନ୍ତୁ ପକାଏ କି ପ୍ରଭାବ, କିପରି କରିବେ ପ୍ରତିକାର

ବାସ୍ତୁଶାସ୍ତ୍ରରେ ଦିଗକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଣ୍ଣନା କରାଯାଇଛି। ଯଦି ବିଭିନ୍ନ ଦିଗରେ ଜିନିଷପତ୍ର ଠିକ୍‌ ଭାବେ ନ ରୁହେ ତେବେ ଘରର ଲୋକଙ୍କ ଅବସ୍ଥା ବିଗିଡେ ବୋଲି ବିଶ୍ୱାସ ରହିଛି। ଅନେକ ସମୟରେ କୂପ୍ରଭାବ ଏତେ ପଡ଼ିଥାଏ ଯେ, ଘର ମଧ୍ୟ ନଷ୍ଟ ହୋଇଯାଏ। ତେବେ ଘରେ ଥିବା ଝରକା, କବାଟ, କେଉଁ ଦିଗରେ ରହିଲେ ଖରାପ ପ୍ରଭାବ ପକାଏ ଓ ଏହାର ପ୍ରତିକାର ଜାଣନ୍ତୁ।

ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଝରକା କିମ୍ବା କବାଟ ରହିବା ଉଚିତ ନୁହେଁ।

ଯଦି ଆପଣଙ୍କ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଅଧିକ ଝରକା ଏବଂ କବାଟ ଥାଏ, ତେବେ ଏହା କୂପ୍ରଭାବ ପକାଇଥାଏ। ପ୍ରଭୁ ହନୁମାନଙ୍କ ପ୍ରତିମାକୁ ଏପରି ରଖନ୍ତୁ ଯେପରି ତାଙ୍କ ଦୃଷ୍ଟି ସର୍ବଦା ଦକ୍ଷିଣ ଦିଗରେ ପଡ଼ିବ। ଏହା ଆପଣଙ୍କୁ ବିପଦରୁ ରକ୍ଷା କରିବ।