ଶୋଇବା ଘରେ ରଖୁଛନ୍ତି କି ବହି

ଜୀବନରେ ଜ୍ଞାନ ଏପରି ଏକ ଜିନିଷ ଯାହା କେବେ ଶେଷ ହୋଇପାରିବ ନାହିଁ। ଯାହାକୁ କେହି ନେଇପାରିବେ ନାହିଁ। ବା ଯାହା ବାଣ୍ଟିଲେ ବଢ଼େ। ଏହି ଜ୍ଞାନ ଆହରଣରେ ପୁସ୍ତକଗୁଡ଼ିକ ମାର୍ଗଦର୍ଶନ କରନ୍ତି। ତେଣୁ ଘରେ ବହିର ସ୍ଥାନ କେଉଁଠି ହେବା ଉଚିତ୍‌ ଜାଣନ୍ତୁ। କାରଣ ଏହା ବେଳେ ବେଳେ ବୈବାହିକ ସମ୍ପର୍କକୁ ମଧ୍ୟ ଭାଙ୍ଗିପାରେ।

> ବହିକୁ ଡାଇନିଂ ରୁମ୍‌ରେ ରଖିବା ଭଲ ବୋଲି ବିବେଚନା କରାଯାଉଥିବାବେଳେ ଏହାକୁ ଶୋଇବା ଘରେ ରଖିବା ଉଚିତ୍‌ ନୁହେଁ। ଏହା ଆପଣଙ୍କ ବୈବାହିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇ, ତାହାକୁ ଭାଙ୍ଗିପାରେ।

> ବାସ୍ତୁ ଅନୁଯାୟୀ, ଶିକ୍ଷାରେ ଭଲ ଫଳ ପାଇଁ, ଟେବୁଲ ଏପରି ସ୍ଥାନରେ ରହିବା ଉଚିତ ଯେଉଁଠି ଛାତ୍ରୀଛାତ୍ର ପୂର୍ବ ଆଡକୁ ମୁହଁ କରି ପଢ଼ିବେ। ଅଧ୍ୟୟନ କରିବା ସମୟରେ ଛାତ୍ରଙ୍କ ପିଠି କବାଟ ଆଡକୁ ନ ରହିବା ଭଲ।