ଭାରତରେ କିଛି ଲୋକ ଗୁପ୍ଚୁପ୍ ଖାଇବାକୁ ପସନ୍ଦ କରିଥାନ୍ତି। ଉତ୍ତର ଭାରତରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଗୁପ୍ଚୁପ୍ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କେଉଁଠି ଏହାକୁ ଗୁପ୍ଚୁପ୍ ତ ଆଉ କେଉଁଠି ପୁଚ୍କା, ଆଉ କେଉଁଠି ପାନିପୁରୀ ବି କୁହାଯାଏ। ଏହା ସୁସ୍ବାଦୁ ଷ୍ଟ୍ରିଟ୍ ଫୁଡ୍ ଭାବରେ ପରିଗଣିତ। ମାତ୍ର ଏହି ଗୁପ୍ଚୁପ୍ର ଇତିହାସ ଜାଣନ୍ତି କି? ଏହାର ଆରମ୍ଭ କେଉଁଠୁ ଏବଂ କେବେ ହୋଇଥିଲା ଜାଣନ୍ତି କି ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଭାରତର ଅନେକ ସ୍ଥାନରେ ଗୁପ୍ଚୁପ୍ ତିଆରି କରାଯାଏ। ଏଥିରେ ମଇଦା, ସୁଜି ଏବଂ ଅଟା ବ୍ୟବହାର କରାଯାଏ। ଏହା ଭିତରେ ଆଳୁ, ମଟର, ବାଦାମର ଷ୍ଟଫ୍ ଦିଆଯାଏ। ଶେଷରେ ଏଥିରେ ଖଟାପାଣି ଭର୍ତ୍ତି କରି ଖିଆଯାଏ।
ଗୁପ୍ଚୁପ୍ ଆଜି ନୁହେଁ, ବହୁ ବର୍ଷର ପୁରୁଣା। କୁହାଯାଏ, ଗୁପ୍ଚୁପ୍ ପ୍ରଥମେ ଦ୍ରୌପଦୀଙ୍କ ଦ୍ୱାରା ପାଣ୍ଡବଙ୍କୁ ଖାଇବାକୁ ଦିଆଯାଇଥିଲା। ଯେତେବେଳେ ପାଣ୍ଡବମାନେ ନିର୍ବାସନରେ ଥିଲେ ଘରେ ବହୁତ କମ୍ ଖାଦ୍ୟ ଥିଲା। ଏଭଳି ପରିସ୍ଥିତିରେ କୁନ୍ତି ବୋହୂର ଘର ଚଳାଇବା ଦକ୍ଷତାକୁ ପରୀକ୍ଷା କରିବା ପାଇଁ ତାଙ୍କୁ କିଛି ପନିପରିବା ଦେଇଥିଲେ। ଏପରି ପରିସ୍ଥିତିରେ ଦ୍ରୌପଦୀ ଗୁପ୍ଚୁପ୍ ତିଆରି କରି ପାଣ୍ଡବଙ୍କୁ ପେଟ ଭରି ଖାଇବାକୁ ଦେଇଥିଲେ।