ଅକ୍ଷୟ କୁମାରଙ୍କ ପ୍ରଥମ ପାରିଶ୍ରମିକ କେତେ ଥିଲା ଜାଣନ୍ତି କି

ବଲିଉଡ ଇଣ୍ଡଷ୍ଟ୍ରିର ଖିଲାଡି ଅକ୍ଷୟ କୁମାର ଆଗଧାଡିର ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ସେ ଗୋଟିଏ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଫି’ ନିଅନ୍ତି। ତେବେ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ପ୍ରବେଶ ପୂର୍ବରୁ ଅନେକ ସଂଘର୍ଷ ଦେଇ ଗତି କରିଥିଲେ। ନିକଟରେ ଏକ ସାକ୍ଷାତକାରରେ ଅକ୍ଷୟ କୁମାର ତାଙ୍କର ପ୍ରଥମ ପାରିଶ୍ରମିକ ବିଷୟରେ ପ୍ରକାଶ କରିଛନ୍ତି। ପ୍ରମୋଦ ଚକ୍ରବର୍ତ୍ତୀଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ଦିଦାର’ ପାଇଁ ତାଙ୍କୁ ୫୦,୦୦୦ ଟଙ୍କା ଫି’ ମିଳିଥିଲା। ଯଦିଓ ଏହା ପୂର୍ବରୁ ତାଙ୍କ ଅଭିନୀତ ‘ସୌଗନ୍ଧ’ ମୁକ୍ତିଲାଭ କରିଥିଲା। କିନ୍ତୁ ଅକ୍ଷୟଙ୍କୁ ‘ଦିଦାର’ ସହିତ ପ୍ରଥମ ବ୍ରେକ ମିଳିଥିଲା। ‘ସୌଗନ୍ଧ’ ଫିଲ୍ମ ପାଇଁ ତାଙ୍କୁ ୭୫ ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା।
ଅକ୍ଷୟ ସର୍ବଦା ୧୦ କୋଟି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ, କିନ୍ତୁ କ୍ୟାରିୟରର ପ୍ରଥମ ୧୦ ବର୍ଷରେ ସେ ମାତ୍ର ୧୮ ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ୧୦ କୋଟି ରୋଜଗାର କରିବାକୁ ୧୨ ବର୍ଷ ଲାଗିଗଲା। ୧୦ କୋଟି ରୋଜଗାର କରିବା ପରେ ସେ ଆହୁରି ଅଧିକ ଟଙ୍କା ରୋଜଗାର କରିବା ଉଚିତ୍‌ ବୋଲି ଭାବିଥିଲେ। ଏହା ପରେ ସେ କଠିନ ପରିଶ୍ରମ କରି ୧୦୦ କୋଟି ଟଙ୍କା ରୋଜଗାର କରିଥିଲେ। ଆଗକୁ ବଢିବା ପାଇଁ କଠିନ ପରିଶ୍ରମ ଆବଶ୍ୟକ ବୋଲି କୁହନ୍ତି ଅକ୍ଷୟ।
ଅକ୍ଷୟ କୁମାରଙ୍କ ଫିଲ୍ମ ସେଲଫି ନିକଟରେ ରିଲିଜ ହୋଇଛି, ଯାହା ବକ୍ସ ଅଫିସରେ ବିଶେଷ କିଛି ଦେଖାଇ କମାଲ କରିପାରିନାହିଁ। ‘ସେଲଫି’ର ପ୍ରଥମ ଦିନର ସଂଗ୍ରହ ମାତ୍ର ୩.୫୫ କୋଟି ଟଙ୍କା ହୋଇଛି। ଦ୍ୱିତୀୟ ଦିନରେ ଏହା ୩.୮୦ କୋଟି ଟଙ୍କା ରୋଜଗାର କରିଛି। ଗତ ବର୍ଷ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’, ‘ରକ୍ଷା ବନ୍ଧନ’, ‘ସମ୍ରାଟ ପୃଥ୍ବିରାଜ’, ‘ରାମ ସେତୁ’ ଭଳି ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ମୁକ୍ତିଲାଭ କରିଥିଲା। ଏସବୁ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା।

Share