Categories: ଫୁରସତ

ଜାଣନ୍ତି କି ବିମାନ ତିଆରି ପରେ ବିମାନବନ୍ଦରକୁ ଆସେ କେମିତି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ ରୋଚକ କଥା…

ଲୋକମାନେ ବିମାନରେ ବସି ଏହାର ଯାତ୍ରାକୁ ଉପଭୋଗ କରନ୍ତି। କିନ୍ତୁ ବିମାନଟି କିପରି ତିଆରି ହୁଏ କେହି କେବେ ଭାବିଛନ୍ତି କି? ଅନ୍ୟାନ୍ୟ ଯାନ ପରି, ଏହା ଏକ କାରଖାନାରେ ବି ନିର୍ମିତ ହୋଇଥାଏ। ତେବେ ଏହାକୁ କିପରି ବିମାନବନ୍ଦରକୁ ଅଣାଯାଏ ତାହା ହୁଏତ ସମସ୍ତେ ଜାଣି ନ ଥିବେ। ତେବେ ଜାଣନ୍ତୁ ଏ ସମ୍ପର୍କରେ….

ନିକଟରେ କେହି ଜଣେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ୍‌ ‘କୋରା’ ଉପରେ ଏନେଇ ଏକ ପ୍ରଶ୍ନ ପଚାରିଥିଲେ। ଯାହାକୁ ନେଇ ଅନେକ ଲୋକ ମଧ୍ୟ ଉତ୍ତର ଦେଇଛନ୍ତି।

ଫରାଜ ସଲିମ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଯେତେବେଳେ କାରଖାନାରେ ବିମାନ ତିଆରି ହୁଏ। ସେତେବେଳେ ବିମାନ ବନ୍ଦରକୁ ନେବା ପାଇଁ ଅନେକ ପଦ୍ଧତି ବ୍ୟବହୃତ ହୁଏ। ବିମାନଗୁଡ଼ିକୁ ସ୍ବତନ୍ତ୍ର ଟ୍ରଲି, ଡଲି ଏବଂ ଟ୍ରକ୍‌ ମାଧ୍ୟମରେ ପରିବହନ କରାଯାଇଥାଏ। ବିମାନର ଅଂଶଗୁଡ଼ିକ ପୃଥକ୍‌ ଭାବରେ ନିଆଯାଏ। ଯାହା ଦ୍ୱାରା ଏଗୁଡ଼ିକୁ ସହଜରେ ବିମାନବନ୍ଦରକୁ ପରିବହନ କରାଯାଇପାରିବ ଏବଂ ସେଠାରେ କିଛି କାର୍ଗୋ ପ୍ଲେନ୍‌ ଅଛି ଯାହା ପୂର୍ବରୁ ନିର୍ମିତ ବିମାନର ଅଂଶଗୁଡ଼ିକୁ  ନେଇଥାଏ।

ଜଣେ ୟୁଜର କହିଛନ୍ତି, ବିମାନ ତିଆରି କରୁଥିବା କାରଖାନାଗୁଡ଼ିକ ବିମାନବନ୍ଦର ନିକଟବର୍ତ୍ତୀ, କିମ୍ବା ସେମାନଙ୍କର ନିଜସ୍ବ ଏୟାର ଷ୍ଟ୍ରିପ୍‌ ଅଛି, ଯାହା ମାଧ୍ୟମରେ ବିମାନଟି ସମ୍ପୂର୍ଣ୍ଣ ତିଆରି ହେବା ପରେ ଏହାକୁ ଉଡ଼ାଇ ବିମାନବନ୍ଦରକୁ ନିଆଯାଇଥାଏ।

ଆଉ ଜଣେ ୟୁଜର କହିଛନ୍ତି, କାରଖାନାଗୁଡ଼ିକର ନିଜସ୍ବ ରନ୍‌ଓ୍ବେ ଅଛି, ଯାହା ସାହାଯ୍ୟରେ କେଉଁ ବିମାନ ନିଆଯାଇଥାଏ। ଏଥି ସହିତ, ଛୋଟ ବିମାନ ମଧ୍ୟ ଟ୍ରକ୍‌ କିମ୍ବା ଜାହାଜ ଦ୍ୱାରା ପରିବହନ କରାଯାଇଥାଏ ଏବଂ ଏହା ପରେ ସେମାନଙ୍କୁ ବିମାନବନ୍ଦରକୁ ନିଆଯାଇ ଏକତ୍ର କରାଯାଇଥାଏ। ଅଧିକାଂଶ ବିମାନବନ୍ଦରରେ ବିମାନର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କଥା ଥାଏ। ଏହିପରି ଜେଟ୍‌ ବିମାନଗୁଡ଼ିକ ଅନ୍ୟ ଦେଶକୁ ମଧ୍ୟ ପରିବହନ କରାଯାଇଥାଏ।

Share