ସ୍ନେହରେ ଡାକନ୍ତି ମିମି

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋରା ଅନ୍ୟତମ। ୪୮ ବର୍ଷ ବୟସରେ ମଧ୍ୟ ସେ ନିଜର ଷ୍ଟାଇଲ୍‌, ଲୁକ୍‌ ଏବଂ ଓ୍ବାକ୍‌ଆଉଟ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ପ୍ରଶଂସକ ଗହଣରେ ମଲାଇକା ଭାବେ ପରିଚିତ ଏହି ଅଭିନେତ୍ରୀଙ୍କୁ ସ୍ନେହରେ ପରିବାରଲୋକେ ‘ମିମି’ ବୋଲି ଡାକିଥାନ୍ତି। ଏନେଇ ସେ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର-୨’ର ସେଟ୍‌ରେ ଖୁଲାସା କରିଛନ୍ତି।

ଶୋ’ର ପ୍ରତିଯୋଗୀ ମାୟିତେମ୍ସୁ ନାଗା ନିଜର ସ୍ନେହର ନାଁ ବିଷୟରେ କହିଥିଲେ। ଏହା ଶୁଣି ମଲାଇକା ଚମକି ପଡ଼ିଥିଲେ। କାରଣ ମାୟିତେମ୍ସୁଙ୍କୁ ପରିବାରଲୋକେ ‘ମିମି’ ବୋଲି ଡାକିଥାନ୍ତି, ଯାହାକି ମଲାଇକାଙ୍କ ନାଁ ସହ ସମାନ।

ତେବେ ମଲାଇକା ପୂର୍ବ ସ୍ବାମୀ ଅରବାଜ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି। ଖୁବ୍‌ଶୀଘ୍ର ସେମାନେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share