Categories: ଫୁରସତ

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:
* କିଛି କାରଣ ନ ଥାଇ କବାଟରେ ସର୍ବଦା ତାଲା ଝୁଲାଇ ରଖିଲେ ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଗାଧୁଆ ଘରେ ଖାଲି ବାଲ୍ଟି ରଖିବା ବି ଅଶୁଭ ହୋଇଥାଏ।
* ଆଲମାରିରେ ଚାବିକାଠି ଝୁଲାଇ ରଖିବା ଶୁଭଙ୍କର ନୁହେଁ।
* ପାନିଆରେ ଚୁଟି ଲଗେଇକି ରଖିବା ବି ଠିକ୍‌ ନୁହେଁ।
* ଦୁଆର ମୁହଁକୁ ଆସିଥିବା ଭିକାରିକୁ ଖାଲିହାତରେ ଫେରାଇବା ଆଦୌ ଠିକ୍‌ ନୁହେଁ। ତାଙ୍କ ମନରେ କଷ୍ଟ ହେଲେ ତା’ ପ୍ରଭାବରେ ଘରକୁ ଦାରିଦ୍ର୍ୟତା ଆସିଥାଏ ବୋଲି ବିଶ୍ୱାସ କରାଯାଏ।
* ସେହିପରି ଘରକୁ କୌଣସି ଅତିଥି ଆସିଲେ ବିରକ୍ତିଭାବ ପ୍ରକାଶ କରିବା ବି ଆଦୌ ଭଲ ଲକ୍ଷଣ ନୁହେଁ।
* ଅଳସ ହୋଇ ସନ୍ଧ୍ୟା ସମୟରେ ଶୋଇବା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଘରର ଆର୍ଥତ୍କ ସ୍ଥିତିକୁ ବି ଦୁର୍ବଳ କରିଥାଏ।
* ଭାଙ୍ଗିଯାଇଥିବା ପାନିଆ କିମ୍ବା ଅନ୍ୟ କୌଣସି ବସ୍ତୁକୁ ବ୍ୟବହାର କରିବା ବି ଆଦୌ ଶୁଭଙ୍କର ନୁହେଁ।
* ଦାନ୍ତରେ ନଖ ଛିଣ୍ଡାଇବାକୁ ମାତା ଲକ୍ଷ୍ମୀ ଆଦୌ ପସନ୍ଦ କରନ୍ତି ନାହିଁ। ଏହାଦ୍ୱାରା ଦାରିଦ୍ର୍ୟତା ଆସିଥାଏ।
* ଘରର ଡଷ୍ଟବିନ୍‌କୁ ପ୍ରତିଦିନ ସଫା ନ କଲେ ଏହାର ନକାରାତ୍ମକ ପ୍ରଭାବ ଘରର ଉନ୍ନତି ଉପରେ ପଡ଼ିଥାଏ ବୋଲି ଲୋକବିଶ୍ୱାସ ରହିଛି।
* ଦୁଆରବନ୍ଧକୁ ଗୋଇଠା ମାରିବା କିମ୍ବା ଦୁଆରବନ୍ଧରେ ବସିବା ବି ଉଚିତ୍‌ ନୁହେଁ। ଏହା ଘର ମଧ୍ୟକୁ ସକାରାତ୍ମକ ଶକ୍ତିକୁ ପ୍ରବେଶ କରାଇବାରେ ବାଧା ସୃଷ୍ଟି କରିଥାଏ।
* ପିନ୍ଧୁଥିବା ବସ୍ତ୍ର ଯଦି ଟିକେ ଚିରିଯାଇଥାଏ କିମ୍ବା ସେଥିରେ ସାମାନ୍ୟତମ ନିଆଁ ଝୁଲ ଲାଗିଯାଇଥାଏ, ତା’ହେଲେ ତାକୁ ଆଉ ବ୍ୟବହାର କରିବା ଠିକ୍‌ ନୁହେଁ। ଏହା ମଧ୍ୟ ଦାରିଦ୍ର୍ୟତାକୁ ଡାକି ଆଣିଥାଏ ବୋଲି ମାନ୍ୟତା ରହିଛି।
* ବେଶିଦିନ ଧରି ଘରେ ଅଳିଆ ଆବର୍ଜନାକୁ ଗଦେଇ ରଖିବା ଉଚିତ୍‌ ନୁହେଁ। ଏହା ଘରର ଉନ୍ନତି ସହ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

 

Share