Advertisement

ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି କ’ଣ ଆପଣ ଜାଣନ୍ତି କି…

ସ୍ତ୍ରୀ ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କ ପାଖରେ କିଛି ଗୁଣ, କିଛି ଶକ୍ତି ରହିଥାଏ। ଏହାଦ୍ୱାରା ସେମାନେ କାର୍ଯ୍ୟ ସିଦ୍ଧି କରନ୍ତି। ଆଚାର୍ଯ୍ୟ ଚାଣକ୍ୟ ନୀଜର ନୀତିଶାସ୍ତ୍ରରେ ରାଜା, ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ ଶକ୍ତି କ’ଣ ତାହା ବର୍ଣ୍ଣନା କରିଛନ୍ତି।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି କୌଣସି ବ୍ରାହ୍ମଣର ଶକ୍ତି ତାର ଜ୍ଞାନ। ଯେଉଁ ବ୍ରାହ୍ମଣ ଯେତେ ଜ୍ଞାନୀ, ତାକୁ ସେତିକି ଅଧିକ ସମ୍ମାନ ମିଳିଥାଏ। ଈଶ୍ୱର ଏବଂ ଜୀବନ ସହ ଜଡ଼ିତ ଜ୍ଞାନ ହିଁ ବ୍ରାହ୍ମଣର ସବୁଠାରୁ ବଡ଼ ଶକ୍ତି ହୋଇଥାଏ।

କୌଣସି ସ୍ତ୍ରୀ ପାଇଁ ତାର ସୌନ୍ଦର୍ଯ୍ୟ ଏବଂ ଯୌବନ ବଡ଼ ଶକ୍ତି। ଯଦି ସ୍ତ୍ରୀଟିଏ ସୁନ୍ଦର ନ ଥାଇ ବି ମଧୁର ବ୍ୟବହାର କରିଥାଏ, ତେବେ ସେ ଜୀବନରେ କେବେ ବି ଦୁଃଖକଷ୍ଟର ସମ୍ମୁଖୀନ ହୋଇ ନ ଥାଏ। ଏଥିଯୋଗୁ ସ୍ତ୍ରୀଟିଏ ମାନ ସମ୍ମାନ ପ୍ରାପ୍ତ କରିଥାଏ।

କୌଣସି ରାଜାର ଶକ୍ତି ନିଜର ବାହୁବଳ। କାରଣ ଯେତେ ସେନା, ମନ୍ତ୍ରୀ ଥାଆନ୍ତୁ ନା କାହିଁକି ରାଜାକୁ ଶକ୍ତିବାନ ହେବା ଉଚିତ। ଯଦି କୌଣସି ରାଜା ଶକ୍ତିହୀନ ହୋଇଥିବା ବେଳେ ସୁଶାସନ କରିପାରେନାହିଁ। ବର୍ତ୍ତମାନ ସମୟରେ ରାଜାର ଅର୍ଥ ସରକାରୀ ମନ୍ତ୍ରୀ ଅଥବା ଅଧିକାରୀ ହୋଇପାରନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel