Posted inଫୁରସତ

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି ହୋଇଯାଏ। ଖାଇବାକୁ ସ୍ବାଦିଷ୍ଟ। ପେଟ ବି ଭରେ। ଖାସ୍‌ ଏଇସବୁ କାରଣରୁ ଏହା ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତି କି ଏହାର ଜନକ କିଏ ଓ ଏହା କେମିତି ହେଲା ଲୋକପ୍ରିୟ…

ଏ ହେଉଛି ସେତେବେଳର କଥା, ଯେବେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଜାପାନ ସେତେବେଳେ ଧ୍ୱସ୍ତବିଧ୍ୱସ୍ତ ହେଇଯାଇଥିଲା। ଯେଉଁମାନେ ଜୀବିତ ଥିଲେ ସେମାନଙ୍କର ନା ଥିଲା ମୁଣ୍ଡକୁ ଛାତ ନା ପେଟର ଭୋକ ମାରିବା ପାଇଁ ଖାଦ୍ୟ। ଏଭଳି ସ୍ଥିତିର କେମିତି ସମାଧାନ କରିବେ ଜାପାନ ସରକାରଙ୍କ ପାଇଁ ବି ବଡ଼ ଚ୍ୟାଲେଞ୍ଜ ଥିଲା । ତେବେ ଜାପାନ ଉପରେ ପରମାଣୁ ବୋମା ପକାଇବାର କିଛିଦିନ ପରେ ଆମେରିକା ଜାପାନର ଲୋକଙ୍କୁ ଭୋକରେ ମରିବାରୁ ବଞ୍ଚତ୍ବା ଲାଗି ବହୁଳ ମାତ୍ରାରେ ଅଟା ପଠାଇଥିଲା; ଯାହାକୁ ବ୍ୟବହାର କରି ଜାପାନ ସରକାର ବ୍ରେଡ ତିଆରି କରିବେ ଓ ଲୋକଙ୍କ ପେଟ ଭରିବେ। ହେଲେ ଜାପାନର ଲୋକମାନେ ଅଧିକ ମାତ୍ରାର ବ୍ରେଡ ତିଆରି କରିବା ଜାଣି ନ ଥିଲେ। ହେଲେ ସେମାନେ ନୁଡଲ୍ସ ତିଆରି କରିବା ଜାଣିଥିଲେ। କାରଣ ନୁଡଲ୍ସର ଇତିହାସ ବହୁ ପୁରୁଣା, ଯାହାକି ଶହ ଶହ ବର୍ଷ ପୂର୍ବେ ପ୍ରଥମେ ଚାଇନାରେ ତିଆରି ହୋଇଥିବା କୁହାଯାଏ। ହେଲେ ନୁଡଲ୍ସର ଗୋଟେ ଖରାପ କଥା ଥିଲା ଯେ, ତାକୁ ତିଆରି କରିବାକୁ ବହୁତ ସମୟ ଲାଗୁଥିଲା।

ଥରେ ଜାପାନର ଫୁଡ୍‌ କମ୍ପାନୀ ନିସିନ ଫଡ୍‌ସ୍‌ର ପ୍ରତିଷ୍ଠାତା ମୋମୋଫୁକୁ ଆଣ୍ଡୋ ଦେଖିଲେ ଲୋକମାନେ ନୁଡଲ୍ସ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହୋଇ ରହୁଛନ୍ତି। ସେ ଭାବିଲେ ଗୋଟେ କପ୍‌ ନୁଡଲ୍‌ ପାଇଁ ଲୋକଙ୍କୁ କେତେ ସମୟ ଠିଆ ହେବାକୁ ପଡ଼ୁଛି। ତେଣୁ ଏମିତି ନୁଡ଼ଲ୍ସ ତିଆରି କରାଯିବା ଜରୁରୀ, ଯାହାକୁ ଖାଇଲେ ପେଟ ଭରିବ ଓ କମ୍‌ ସମୟ ଭିତରେ ପ୍ରସ୍ତୁତ ହୋଇପାରୁଥିବ। ସେଥିପାଇଁ ସେ ନୁଡଲ୍ସ ଉପରେ ଗବେଷଣା କରିବାକୁ ଲାଗିଲେ। ଆଉ ସେ ଇନ୍‌ଷ୍ଟାଣ୍ଟ ତିଆରି ହୋଇପାରୁଥିବା ନୁଡଲ୍ସ ତିଆରି କରିବାରେ ସଫଳ ହେଲେ, ଯାହାକୁ କେବଳ ଗରମ ପାଣିରେ ପକାଇଲେ ଦୁଇ ମିନିଟରେ ପ୍ରସ୍ତୁତ ହୋଇପାରିଲା। ୧୯୫୮ରେ ଏହା ଚିକିନ ରମେନ ନାମରେ ଲଞ୍ଚ ହେଲା। ଲୋକେ ଏହି ନୁଡଲ୍ସକୁ ବହୁତ ପସନ୍ଦ କଲେ। ୧୯୭୧ରେ ସେ ପ୍ରଥମ କପ୍‌ ନୁଡଲ୍ସ ବି ଆରମ୍ଭ କଲେ। ଆଉ ଧୀରେ ଧୀରେ ଏହା ସାରା ପୃଥିବୀରେ ଲୋକପ୍ରିୟ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri