Categories: ଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କିଏ ଲେଖନ୍ତି ଜାଣନ୍ତି କି

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶକ୍ତିଶାଳୀ ତଥା ଆକର୍ଷଣୀୟ ଭାଷଣ ପାଇଁ ଜଣାଶୁଣା। ‘ମନ କି ବାତ’ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ, ମୋଦି ପ୍ରାୟ ପ୍ରତିଦିନ ଭାଷଣ ଦିଅନ୍ତି। ଭାଜପା ରାଲି ଏବଂ ନିର୍ବାଚନ ରାଲିରେ ମୋଦିଙ୍କ କଥା ଶୁଣିବା ପାଇଁ ଭିଡ଼ ଜମେ। ମୋଦି ତାଙ୍କ ଭାଷଣରେ ପ୍ରାୟତଃ ସମାନ ପ୍ରକାରର ଶବ୍ଦ ବ୍ୟବହାର କରନ୍ତି ଏବଂ ବିରୋଧୀଙ୍କ ପାଇଁ ନିଆରା ଢଙ୍ଗରେ ପ୍ରତିକ୍ରିୟା ଦିଅନ୍ତି। ତେବେ ମନରେ ପ୍ରଶ୍ନ ଉଙ୍କି ମାରେ, ପ୍ରଧାନମନ୍ତ୍ରୀ ଏହାକୁ ନିଜେ ଲେଖନ୍ତି ନା ଅନ୍ୟ କେହି ଏହାକୁ ପ୍ରସ୍ତୁତ କରୁଛନ୍ତି? ସୂଚନା ଅଧିକାର ଆଇନ (ଆରଟିଆଇ) ଅଧୀନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ଏ ବିଷୟରେ ସୂଚନା ମଗାଯାଇଥିଲା।
ଏହାର ଜବାବରେ ପିଏମଓ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନିଜ ଭାଷଣକୁ ନିଜେ ଏଡିଟିଂ କରନ୍ତି। ଘଟଣା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ବ୍ୟକ୍ତି, ଅଧିକାରୀ, ବିଭାଗ, ୟୁନିଟ, ସଂଗଠନ ଇତ୍ୟାଦିରୁ ସୂଚନା ଦିଆଯାଏ। ଏହି ସୂଚନା ଆଧାରରେ ପ୍ରଧାନମନ୍ତ୍ରୀ ନିଜେ ଅନ୍ତିମ ଭାଷଣ ପ୍ରସ୍ତୁତ କରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଲେଖିବାକୁ ଏକ ଟିମ ଅଛି କି ବୋଲି ପିଏମଓଙ୍କୁ ମଧ୍ୟ ପଚରାଯାଇଥିଲା? ଯଦି ହଁ, ଏହାର କେତେ ସଦସ୍ୟ ଅଛନ୍ତି? ସେମାନଙ୍କୁ କେତେ ଦରମା ଦିଆଯାଏ? ତଥାପି, ପିଏମଓ ତରଫରୁ ଏହି ପ୍ରଶ୍ନର ଉତ୍ତର ଦିଆଯାଇ ନ ଥିଲା।

Share