ଜାଣନ୍ତି ପ୍ରେମୀଯୁଗଳ କାହିଁକି ପାଳନ କରନ୍ତି ହଗ୍‌ ଡେ’

ଯଦିଓ ପ୍ରେମ ପାଇଁ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ ଡେ’ ଅର୍ଥାତ୍‌ ୧୪ ତାରିଖରେ ଶେଷ ହେବ। ଭାଲେଣ୍ଟାଇନ୍‌ ସପ୍ତାହର ଷଷ୍ଠ ଦିନରେ ହଗ୍‌ ଡେ’ ବା ଆଲିଙ୍ଗନ ଦିବସ ପାଳନ କରିଥାନ୍ତି ପ୍ରେମପକ୍ଷୀ। ଏହା ପରେ କିସ୍‌’ ଡେ ଏବଂ ଶେଷରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରିଥାନ୍ତି ପ୍ରେମୀଯୁଗଳ। ଆଜିର ଦିନରେ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ସେମାନଙ୍କର ପ୍ରେମ ଭାବନା ପରିପ୍ରକାଶ କରିଥାନ୍ତି। ଜଣେ ଜଣକ ସହ ହୃଦୟ ଖୋଲା କଥା ହୁଅନ୍ତି। ଏଥି ସହିତ ପ୍ରେମୀଯୁଗଳ ହଗ୍‌ ଡେ’ରେ ପରସ୍ପରକୁ ରୋମାଣ୍ଟିକ ବାର୍ତ୍ତା ମଧ୍ୟ ପଠାଇବାକୁ ଆଦୌ ଭୁଲନ୍ତି ନାହିଁ। ଏହା ଦ୍ୱାରା ସମ୍ପର୍କ ଆହୁରି ମଜଭୁତ ହୋଇଥାଏ।

Share