Categories: ଫୁରସତ

ଜାଣନ୍ତି କି ଆଇରନକୁ କାହିଁକି କୁହାଯାଏ ଇସ୍ତ୍ରୀ, ଏହା ପଛରେ ରହିଛି ଏହି କାରଣ…

ପ୍ରତିଦିନ ଆମ ଚାରିପାଖରେ ଅନେକ କଥା ଘଟେ। ଏହା ପଛରେ କିଛି କାରଣ ଥାଇପାରେ ବୋଲି ମଧ୍ୟ ଆମେ ଜାଣି ନ ଥାଉ। ଉଦାହରଣ ସ୍ବରୂପ, ଏପରି ଅନେକ ଜିନିଷର ନାଁ ଅଛି, ଯାହାକୁ ଆମେ ସମସ୍ତଙ୍କଠାରୁ ସେହି ନାଁରେ ଶୁଣିଆସୁ। ଏଭଳି ପରିସ୍ଥିତିରେ କେହି ମଧ୍ୟ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ ଏବଂ ଏହାକୁ ପୂର୍ବପରି ବ୍ୟବହାର କରିଥା’ନ୍ତି।

କିଛି ଲୋକ ଏହି ଜିନିଷ ଉପରେ ଅନେକ ପ୍ରଶ୍ନ କରନ୍ତି ଏବଂ ଏହା ପଛରେ ଥିବା ଇତିହାସ ଅନୁସନ୍ଧାନ କରିଥାନ୍ତି। ‘କୋରା’ ଇଣ୍ଟରନେଟ୍‌ ଏପରି ଏକ ପ୍ଲାଟ୍‌ଫର୍ମ, ଯେଉଁଠାରେ ଲୋକମାନେ ଏହିପରି ସବୁ ପ୍ରଶ୍ନ ପଚାରିଥାନ୍ତି। ଏହା ଉପରେ ଜଣେ ୟୁଜର ପଚାରିଥିଲେ, ଲୋକମାନେ ଆଇରନ୍‌କୁ ଇସ୍ତ୍ରୀ କାହିଁକି କୁହନ୍ତି।

ଅନେକ ଲୋକ ଆଇରନ କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ଇସ୍ତ୍ରୀ କହିଥାନ୍ତି। କିନ୍ତୁ ପ୍ରେସ୍‌ ପାଇଁ ଇରୋନିଂ ଶବ୍ଦ କେଉଁଠୁ ଆସିଲା। ଏହି ପ୍ରଶ୍ନର ଉତ୍ତରରେ, ଜଣେ ୟୁଜର ଏହାର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି। ସେ କହିଛନ୍ତି, ଇସ୍ତ୍ରୀ ଏକ ଭାରତୀୟ ଶବ୍ଦ ନୁହେଁ। ଯେତେବେଳେ ପର୍ତ୍ତୁଗୀଜମାନେ ଭାରତକୁ ଆସିଲେ ସେମାନେ ଆଇରନ ଆଣି ଡ୍ରେସ୍‌ରୁ ଭାଙ୍ଗ ହଟାଇଲେ। ସେମାନେ ଏହାକୁ ଏଷ୍ଟିକାର୍‌ ବୋଲି କହୁଥିଲେ। ଏହା ସ୍ପାନିଶକୁ ଯାଇ ଇଷ୍ଟାରାର ହୋଇଗଲା। ଯେତେବେଳେ ଭାରତୀୟମାନେ ଏହାକୁ ଗ୍ରହଣ କଲେ, ଏହାକୁ ଇଷ୍ଟାରି ଏବଂ ପରେ ଇସ୍ତ୍ରୀ ବୋଲି କହିଲେ। କିନ୍ତୁ ଏହା ଶବ୍ଦର ଏକ ବିକୃତ ରୂପ।

ବ୍ରିଟିଶମାନଙ୍କ ଡ୍ରେସ୍‌ ଏପରି ଥିଲା ଯେ, ସେମାନଙ୍କୁ ବହୁତ ଆଇରନ ଦରକାର ଥିଲା। କିନ୍ତୁ ଭାରତୀୟଙ୍କ ଡ୍ରେସ୍‌ ଏପରି ଭାବରେ ତିଆରି ହୋଇଥିଲା ଯେ, କୁଞ୍ଚଗୁଡ଼ିକ ସେମାନଙ୍କ ପାଇଁ ଗର୍ବ ଥିଲା। ପୁରୁଷମାନେ ଧୋତି ପିନ୍ଧୁଥିଲେ, ଯେଉଁଥିରେ ପ୍ଲିଟ୍‌ ରହିଥିଲା ବେଳେ ମହିଳାମାନେ ମଧ୍ୟ ଶାଢ଼ିରେ ପ୍ଲିଟ ପକାଉଥିଲେ। ତେଣୁ ଭାରତୀୟଙ୍କୁ ଆଇନର ଦରକାର ପଡୁ ନ ଥିଲା। ବ୍ରିଟିଶମାନେ ପ୍ରଥମେ ଆସି ଭାରତରେ ଆଇରନ କରିଥିଲେ। ଏହି ଆଇରନ ଶବ୍ଦକୁ ସମୟ କ୍ରମେ ଇସ୍ତ୍ରୀ କୁହାଗଲା। ସେହିଦିନଠାରୁ ଭାରତୀୟମାନେ ମଧ୍ୟ ଏହି ଶବ୍ଦର ବ୍ୟବହାର କରିଆସୁଛନ୍ତି।

Share