Categories: ଫୁରସତ

ଆପଣ ଜାଣିଛନ୍ତି କି, ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି?

ବିମାନରେ ଯାତ୍ରା କରିବା ସମୟରେ ଆପଣ ପ୍ରାୟତଃ ଭାବୁଥିବେ ଅଧିକାଂଶ ଯାତ୍ରୀବାହୀ ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି? ଯାହାକୁ ନେଇ ମନ ଭିତରେ ଏକ ଦ୍ୱନ୍ଦ ସୃଷ୍ଟି ହୋଇଥାଏ। ହେଲେ ଏହାର ଏକ ବୌଜ୍ଞାନିକ କାରଣ ଅଛି। ଯାହାକୁ ଆପଣମାନେ ହୁଏତ ଜାଣି ନଥିବେ। ଆସନ୍ତୁ ସେହି ବିଷୟରେ ଅଧିକ ଜାଣିବା…
ଯାତ୍ରୀବାହୀ ବିମାନର ରଙ୍ଗ ଧଳା ହେବାର ମୁଖ୍ୟ କାରଣ ହେଉଛି ଏହା ସୂର୍ଯ୍ୟକିରଣ କମ୍‌ ଗ୍ରହଣ କରିଥାଏ। ଯାହା ଅଧିକ ଗରମରୁ ରକ୍ଷା କରେ। ଅନ୍ୟସବୁ ରଙ୍ଗ ସୂର୍ଯ୍ୟକିରଣକୁ ଅଧିକ ଗ୍ରହଣ କରିଥାଏ। ଯାହା ଶରୀରକୁ ଅଧିକ ଗରମ ପହଞ୍ଚାଇଥାଏ। ଖାଲି ସେତିକି ନୁହେଁ ରନ୍‌ୱେରେ ପାର୍କିଂ ସମୟରେ ମଧ୍ୟ ସେତେବେଳେ ଉଭୟ ଉତ୍ତାପ ଏବଂ ସମ୍ଭାବ୍ୟ କ୍ଷତି ହ୍ରାସ କରିଥାଏ। ଦ୍ୱିତୀୟରେ ହେଉଛି, ଧଳା ରଙ୍ଗରେ ଦାଗ ସହଜରେ ଜଣାପଡିଯାଇଥାଏ। ଯଦି ବିମାନରେ କୌଣସି ସ୍ଥାନରେ କ୍ରାକ୍‌ ବା ଦାଗ ଲାଗିଥାଏ ଯାହା ସହଜରେ ଦେଖା ଯାଇଥାଏ। ତାହା ଅନ୍ୟ ରଙ୍ଗରେ ସହଜରେ ଦେଖା ଯାଇ ନଥାଏ। ତୃତୀୟରେ ହେଉଛି, ଧଳା ରଙ୍ଗ ଶୀଘ୍ର କ୍ଷୀଣ ହୋଇ ନ ଥାଏ। ଉଚ୍ଚତାରେ ଉଡ଼ିବା ସମୟରେ ବିମାନଗୁଡ଼ିକ ବିଭିନ୍ନ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଥାଏ। ଯାହା ଦ୍ୱାରା ରଙ୍ଗ ଧିରେ ଧିରେ ଫିକା ହୋଇଯାଏ। ତେଣୁ ଏହାକୁ ଧଳା ରଙ୍ଗ କରାଯାଇଥାଏ। ଏହା ବ୍ୟତିତ ଧଳା ରଙ୍ଗରେ ବେଶୀ ଖର୍ଚ୍ଚ ହୋଇ ନ ଥାଏ। ଚତୁର୍ଥରେ ଧଳା ରଙ୍ଗ ସହଜରେ ଦୃଶ୍ୟମାନ ହୋଇଥାଏ। ଯେତେବେଳେ ଉଚ୍ଚ ଆକାଶରେ ବିମାନଟି ଉଡିଥାଏ,ସେତେବେଳେ ଏହା ପକ୍ଷୀମାନଙ୍କ ସହ ଧକ୍କା ହେବାର ସମ୍ଭାବନା ଥାଏ। ତେଣୁ ଏହାକୁ ସହଜରେ ଚିହ୍ନଟ କରିବାକୁ ବିମାନକୁ ଧଳା ରଙ୍ଗ କରାଯାଇଥାଏ।

Share