Categories: ଫୁରସତ

ଜାଣନ୍ତି କି ମୃତବ୍ୟକ୍ତିଙ୍କ କାନ, ନାକରେ କାହିଁକି ଦିଆଯାଏ ତୁଳା

ଆପଣ ନିଶ୍ଚୟ ଦେଖିଥିବେ ଯେତେବେଳେ ବି ଜଣେ ବ୍ୟକ୍ତି ମରିଯାନ୍ତି ତାଙ୍କ କାନ ଏବଂ ନାକରେ ଧଳାସୁତା ଦିଆଯାଏ। ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବା ଏପରି କାହିଁକି କରାଯାଏ। ଏହା ପଛରେ ଧାର୍ମିକ କାରଣ ନା ବୈଜ୍ଞାନିକ କାରଣ ରହିଛି କି? ଏହାକୁ ନେଇ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ‘କୋରା’ ଉପରେ ପ୍ରଶ୍ନ ପଚରାଯାଇଥିଲା। ଅନେକ ୟୁଜର ସେମାନଙ୍କର ଜ୍ଞାନ ଅନୁଯାୟୀ ଉତ୍ତର ଦେଇଥିଲେ। ତେବେ ଜାଣନ୍ତୁ ଏହା ପଛର କାରଣ ସମ୍ପର୍କରେ…

ଯେତେବେଳେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର ଗୋଟିଏ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ ଏକ ଶାଢ଼ି ସହ ଅଳଙ୍କାର ପିନ୍ଧିଥିବାର ନଜର ଆସିଥିଲେ। କିନ୍ତୁ ତାଙ୍କ ନାକ ଏବଂ କାନ ମଧ୍ୟ ସୁତା ଦ୍ୱାରା ଆଚ୍ଛାଦିତ ହୋଇଥିଲା। ତା’ପରେ ପ୍ରଶ୍ନ ଉଠିଥିଲା ଏହା କାହିଁକି ଘଟେ? ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଜଣେ ୟୁଜର ଲେଖିଛନ୍ତି, ମୃତ ବ୍ୟକ୍ତିଙ୍କ ନାକ ଏବଂ କାନରେ ସୁତା ରଖିବାର କାରଣ ହେଉଛି ମୃତ୍ୟୁ ପରେ ମଧ୍ୟ ନାକ ପଟେ ପେଟକୁ ବାୟୁ ଯାଇଥାଏ। ମୃତ ବ୍ୟକ୍ତିଙ୍କ ଶରୀର ଘୁଞ୍ଚାଇବା କିମ୍ବା ଉଠାଇବା ସମୟରେ ପେଟ ଭିତରକୁ ପବନ ପ୍ରବେଶ କରେ। ଏହି କାରଣରୁ ପେଟ ଫୁଲିଯାଏ। ଫଳସ୍ବରୂପ ମୃତଦେହ ବିକୃତ ଏବଂ ଭାରୀ ହୋଇଯାଏ। ବେଳେବେଳେ ପେଟ ଫାଟିଯିବାର ଭୟ ମଧ୍ୟ ଥାଏ।

ଆଉ ଏକ କାରଣ ହେଲା ନାକ ଏବଂ କାନ ସୁତା ଦ୍ୱାରା ବନ୍ଦ ନ ହେଲେ ଜୀବାଣୁ ମୃତ ଶରୀରକୁ ପ୍ରବେଶ କରିପାରନ୍ତି। ଏହା ବ୍ୟତୀତ ମୃତ ଶରୀରର ନାକରୁ ଏକ ତରଳ ପଦାର୍ଥ ବାହାରିଥାଏ, ଏହାକୁ ବନ୍ଦ କରିବା ପାଇଁ କପାତୁଳା ବ୍ୟବହାର କରାଯାଏ। ଯଦି ମୃତ ବ୍ୟକ୍ତିଙ୍କର କୌଣସି ରୋଗ ଥାଏ, ତେବେ ମୃତ୍ୟୁ ପରେ ପେଟରୁ ମଧ୍ୟ ବାୟୁ ବା ପବନ ବାହାରିଥାଏ, ଯେଉଁ କାରଣରୁ ଜୀବାଣୁ ବାହାରକୁ ଆସନ୍ତି, ସେଠାରେ ଥିବା ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ଏହି ରୋଗ ହୋଇପାରେ। ତେଣୁ ସୁତା ନାକରେ ରଖାଯାଏ ଯାହା ସଂକ୍ରମଣ ବ୍ୟାପେ ନାହିଁ।

ଏହା ପଛରେ ଏକ ଧାର୍ମିକ କାରଣ ମଧ୍ୟ ଅଛ। ଗରୁଡ଼ ପୁରାଣଙ୍କ ଅନୁଯାୟୀ, ମୃତ ଶରୀରର ଖୋଲା ଅଂଶରେ ସୁନା ଖଣ୍ଡ ରଖିବା ପାଇଁ ବ୍ୟବସ୍ଥା ରହିଛି। ଏହା ଶରୀରର ୯ ଭାଗରେ ରଖାଯାଏ।ଯେହେତୁ ସୁନା ଖଣ୍ଡ ଖସିଯିବାର ଭୟ ଅଛି। ଏହି ଅଂଶଗୁଡିକ କପା ପ୍ରୟୋଗ କରି ବନ୍ଦ ହୋଇଯାଏ। ଯାହାଫଳରେ ଯେତେବେଳେ ଶବଦାହ ସ୍ଥାନକୁ ନିଆଯାଏ, ସେତେବେଳେ ଏହି ସୁନା ଖଣ୍ଡଗୁଡ଼ିକ ଖସିଯାଏ ନାହିଁ। ବିଶ୍ୱାସ କରାଯାଏ, ଏହି ସୁନା ଖଣ୍ଡଗୁଡ଼ିକ ଅତ୍ୟନ୍ତ ପବିତ୍ର, ଏହାକୁ ମୃତ ଶରୀରରେ ରଖିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ।

Share