ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅନେକ ଥର ଦେଖିଥିବେ, କିନ୍ତୁ ଏପରି ଜିନିଷ ତିଆରି କରିବାର କାରଣ କ’ଣ ହୋଇପାରେ ତାହା ଜାଣି ନ ଥିବେ। ଏହିପରି ସମସ୍ତ ପ୍ରଶ୍ନ ଏବଂ କାରଣ ସିଧାସଳଖ ବିଜ୍ଞାନ ସହିତ ଜଡ଼ିତ। କିନ୍ତୁ ଆମେ ଏହାକୁ ଏକ ପସନ୍ଦ, ପରମ୍ପରା କିମ୍ବା ଅଭ୍ୟାସ ଭାବରେ ଧରି ନେଇଥାଉ। ଠିକ ଯେପରି ଆପଣ ଗ୍ରାମାଞ୍ଚଳରେ ଅନେକ କୂଅ ଦେଖିଥିବେ। ଏହି କୂଅର ଆକାର ଗୋଲ୍। କେବେ ମନକୁ ପ୍ରଶ୍ନ ଆସିଛି କି କୂଅ ବର୍ଗାକାର କିମ୍ବା ଆୟତାକାର କାହିଁକି ହେଲା ନାହିଁ। ତେବେ ଜାଣନ୍ତୁ ଏହା ପଛରେ ଥିବା କାରଣ ସମ୍ପର୍କରେ…
କୂଅରୁ ପାଣି କାଢ଼ିବା ଏବଂ ଏହାକୁ ବ୍ୟବହାର କରିବାର ଅଭ୍ୟାସ ବହୁ ପୁରୁଣା। ଦଶନ୍ଧି ପୂର୍ବରୁ ଗ୍ରାମାଞ୍ଚଳର ଲୋକମାନେ କେବଳ କୂଅ ପାଣି ଉପରେ ନିର୍ଭର କରୁଥିଲେ। ଆଜି ବି ଅନେକ ଗ୍ରାମ କୂଅ ଉପରେ ନିର୍ଭରଶୀଳ। କିନ୍ତୁ ଅନେକ ଗ୍ରାମରେ ବିକାଶ ଘଟିଛି। କୂଅର ସ୍ଥାନ ନେଇଛି ଟ୍ୟାପ, ବୋରିଂ ଏବଂ ଟ୍ୟୁବ୍ଓ୍ବେଲ।
କୂଅ ଗୋଲାକାର ନ ହୋଇ ବର୍ଗାକାର କିମ୍ବା ଆୟତାକାର ହୋଇଥିଲେ ଏହା କୋଣରେ ଥିବା ଜଳଚାପ ଅଧିକ ରହିବ। ଫଳରେ କୂଅରେ ଫାଟ ସୃଷ୍ଟି ହେବ। କୂଅ ଗୋଲାକାର ହେବାରୁ ସୁବିଧା ହେଉଛି ଯେ, ପ୍ରତ୍ୟେକ କାନ୍ଥ ସମାନ, କୂଅରେ ଜଳ ଚାପ ସମାନ। ଏହି ଶକ୍ତି କାହା ଉପରେ ଅଧିକ କିମ୍ବା କମ୍ ନୁହେଁ। ଏହି କୂଅଗୁଡ଼ିକ କେବଳ ବର୍ଷ ବର୍ଷ ନୁହେଁ ବରଂ ଦଶନ୍ଧି ଧରି ମଧ୍ୟ ଅକ୍ଷୁଣ୍ଣ ରହିଥାଏ।