Posted inଫୁରସତ

ଜାଣନ୍ତି କି ହାଇ ଆସେ କାହିଁକି…

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ। ହାଇ ମାରିବା ଦ୍ୱାରା ଅଧିକ ମାତ୍ରାରେ ବାୟୁ ଶରୀର ମଧ୍ୟକୁ ପ୍ରବେଶ କରେ ଓ ହୃଦସ୍ପନ୍ଦନ ବଢେ। ଯଦ୍ୱାରା ଅଧିକ ଅମ୍ଳଜାନ ଶରୀର ଭିତରକୁ ପମ୍ପ ହୋଇଥାଏ। ତେଣୁ ଏହା କୁହାଯାଇପାରେ ଯେ, ରକ୍ତରୁ ଟକ୍ସିନ୍‌କୁ କ୍ଲିୟର୍‌ କରିବା ଓ ଅମ୍ଳଜାନ ପ୍ରଦାନ କରିବା ପାଇଁ ହାଇ ହୋଇଥାଏ। ତେବେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ତଥ୍ୟ କହେ, ହାଇର କନେକ୍ସନ ଆମ ମସ୍ତିସ୍କ ସହ ରହିଛି। କାମ କରୁଥିବା ସମୟରେ ତାତି ଯାଇଥିବା ମସ୍ତିସ୍କକୁ ଥଣ୍ଡା କରିବା ଲାଗି ହାଇ ଆସିଥାଏ। ଏହାଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ। ଶୀତଦିନେ ଅମ୍ଳଜାନର ଆବଶ୍ୟକତା ଅଧିକ ଥାଏ ତେଣୁ ଅଧିକ ହାଇ ଆସେ।
୨୦୦୪ ମସିହାରେ ମ୍ୟୁନିଖର ସାଇକିୟାଟ୍ରିକ ୟୁନିଭର୍ସିଟି ହସ୍ପିଟାଲର ରିସର୍ଚ୍ଚ କହେ, ହାଇ ସଂକ୍ରମଣ ବଢାଇଥାଏ। ପ୍ରାୟ ୩୦୦ ଲୋକଙ୍କ ଉପରେ କରାଯାଇଥିବା ଗବେଷଣାରେ ୫୦ ପ୍ରତିଶତ ଲୋକ ଏମିତି ଥିଲେ ଯେଉଁମାନେକି ଅନ୍ୟକୁ ଦେଖି ହାଇ ମାରୁଥିଲେ। ବୈଜ୍ଞାନିକଙ୍କ ମତରେ ଯେବେ ମଣିଷ କାହାକୁ ହାଇ ମାରୁଥିବା ଦେଖେ ତେବେ ତାହାର ‘ମିରର ନ୍ୟୁରୋନ ସିଷ୍ଟମ’ ଆକକ୍ଟିଭେଟ୍‌ ହୋଇଯାଏ। ଆଉ ତାହା ନକଲ କରିବାକୁ ଉକ୍‌ସାଇଥାଏ। ଏହି କାରଣରୁ ହିଁ ଜଣକୁ ଦେଖିଲେ ଅନ୍ୟ ଜଣେ ହାଇ ମାରିଥାନ୍ତି। ଏହାବାଦ ନିକଟରେ ହୋଇଥିବା ଏକ ଗବେଷଣା କହେ ଯେଉଁ ଲୋକଙ୍କ ମସ୍ତିସ୍କ ଅଧିକ କାମ କରେ ତାଙ୍କର ହାଇ ଅଧିକ ଲମ୍ବା ହୋଇଥାଏ। ଯଦ୍ୱାରା ମସ୍ତିସ୍କ ଥଣ୍ଡା ହୋଇଥାଏ। ପ୍ରଫେସର ଆଣ୍ଡ୍ର୍ୟୁ ସି. ଗ୍ୟାଲପ୍‌ଙ୍କ ତାଜା ଗବେଷଣା ‘ଆନିମଲ ବିହେଭିୟର’ ନାମକ ଜର୍ନାଲରେ ପ୍ରକାଶିତ ହୋଇଥିଲା। ଏହି ଗବେଷଣାରେ ଗ୍ୟାଲପ୍‌ କହିଛନ୍ତି, ଜଣକୁ ଦେଖି ଅନ୍ୟଜଣଙ୍କୁ ସେତେବେଳେ ହାଇ ଆସେ ଯେବେ ଏକ ଗ୍ରୁପ୍‌ର ସମସ୍ତେ ପରସ୍ପରକୁ ଭଲଭାବେ ଜାଣନ୍ତି। ୨୦୨୦ରେ ହୋଇଥିବା ଏକ ଗବେଷଣାରେ ବି ଦେଖା ଯାଇଥିଲା ଯେ, ହାତୀ ସହ ରହୁଥିବା ମାହୁନ୍ତ ଯେତେବେଳେ ହାଇ ମାରୁଥିଲା ହାତୀ ବି ହାଇ ମାରିଥିଲା। କାରଣ ଦୁହେଁ ପରସ୍ପର ସହ ସାମାଜିକଭାବେ ଜଡ଼ିତ। ଏହି ପ୍ରକ୍ରିୟା ଶୈଶବକାଳରୁ ଆରମ୍ଭ ହୋଇଥାଏ ଯେବେଠୁ ପିଲାଙ୍କ ମସ୍ତିସ୍କ ସକ୍ରିୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri