Categories: ଫୁରସତ

ଦୁନିଆର ଏକମାତ୍ର ସମୁଦ୍ର ଯେଉଁଠି କେବେ ହେଲେ ବୁଡେ ନାହିଁ ମଣିଷ, ଚମତ୍କାର ବୋଲି କୁହନ୍ତି ଅନେକେ…

ଦୁନିଆ ଅନେକେ ବିସ୍ମୟକର ଜିନିଷରେ ପରିପୂର୍ଣ୍ଣ, ଯାହା ବିଷୟରେ ଜାଣିଲେ ସହଜରେ ବିଶ୍ୱାସ କରିହୁଏନା। ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଚମତ୍କାରୀ ସ୍ଥାନ ବିଷୟରେ କହିବାକୁ ଯାଉଛୁ। ସେଇଟି ହେଲା ଏକ ସମୁଦ୍ର ଯେଉଁଠି ମଣିଷ କେବେହେଲେ ବୁଡ଼ି ନ ଥାଏ। ଏହାକୁ ମୃତ ସାଗର ବୋଲି କୁହାଯାଏ।

ମୃତ ସାଗର ଏକ କ୍ଷାରଜଳର ସମୁଦ୍ର। ଏହାର ପାଣି ଏଭଳି ଚମତ୍କାରୀ ଯେ ଏଥିରେ ମଣିଷ ନ ବୁଡ଼ି ଭାସିଥାଏ। ସମୁଦ୍ରଜଳର ଗଭୀରତା ଅଧିକ ଥିଲେ ହେଁ ପ୍ରବାହ ତଳୁ ଉପର ଆଡକୁ ହୋଇଥାଏ। ଏଣୁ କେହି ବି ଏଥିରେ ବୁଡନ୍ତି ନାହିଁ। ସମସ୍ତେ ଭାସିଥାନ୍ତି।

ଏହି ନିଆରା ସମୁଦ୍ର ଜୋର୍ଦାନ ଏବଂ ଇସ୍ରାଏଲ ମଧ୍ୟରେ ଉପସ୍ଥିତ। ଏହାର ପାଣି ଅତ୍ୟଧିକ କ୍ଷାର ହୋଇଥିବାରୁ କୌଣସି ଜୀବ ଏଥିରେ ଜୀବିତ ରହିପାରି ନ ଥାନ୍ତି। ମାଛ କିମ୍ବା ଅନ୍ୟ ସାମୁଦ୍ରିକ ଜୀବଙ୍କୁ ଏଥିରେ ଦେଖିବାକୁ ମିଳି ନ ଥାଏ।

Share