ବମ୍ବେ: ବଦଳିଗଲେଣି ଟେଲି ପରଦାର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି’ରେ ନଜର ଆସିିଥିବା କୁନି ଝିଅ ଶ୍ରେୟା ଶର୍ମା। ତାଙ୍କୁ ଏବେ ୨୫ ବର୍ଷ। ହଠାତ ଦେଖିଲେ ଯେକେହି ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଯିବ। କାରଣ ସେ ସାମାନ୍ୟ ମୋଟି ହୋଇଯାଇଛନ୍ତି। ଫଳରେ ବଦଳି ଯାଇଛି ତାଙ୍କ ଲୁକ୍।
ଶ୍ରେୟା ଅନେକ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଫିଲ୍ମରେ କାମ କରିଛନ୍ତି। ହେଲେ କସୌଟି ଜିନ୍ଦେଗୀରୁ ତାଙ୍କୁ ଖ୍ୟାତି ମିଳିଥିଲା। ଏଥିରେ ତାଙ୍କ ଚରିତ୍ରର ନାଁ ଥିଲା ସ୍ନେହା ବଜାଜ। ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାର ଜିତିଥିଲେ। ସେ ଫିଲ୍ମ ଚିଲ୍ଲର ପାର୍ଟି ପାଇଁ ଜାତୀୟ ପୁରସ୍କାର ମଧ୍ୟ ଜିତିଥିଲେ।
ହିମାଚଳ ପ୍ରଦେଶରେ ଜନ୍ମିତ ଶ୍ରେୟାଙ୍କ ବାପା ଇଞ୍ଜିନିୟର। ତାଙ୍କ ମା’ ଜଣେ ଡାଏଟିଶିଆନ୍। ସେ ଏକ ଡାଏଟ୍ କ୍ଲିନିକ୍ ଚଳାନ୍ତି। ଶ୍ରେୟା ଆଇନ୍ରେ ସ୍ନାତକ ଶେଷ କରିଛନ୍ତି। ଏବେ ସେ ଆଡଭୋକେଟ୍ ଲାଗି ପ୍ରାକ୍ଟିସ ଚଳାଇଛନ୍ତି।
ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି ଶ୍ରେୟା। ତାଙ୍କର ୪୦୮ ହଜାର ଫଲୋଅର୍ସ ଅଛନ୍ତି। ହେଲେ ଅଭିନୟ ଠାରୁ ସେ ନିଜକୁ ଦୂରେଇ ନେଇଛନ୍ତି।